ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ “ଆକାଂକ୍ଷା” ମହିଳା ସଂଗଠନ ଓ ” ସିଦ୍ଧାନ୍ତ” ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ବିଷୁବ ମିଳନ ୨୦୨୨ ପାଳିତ ହୋଇଯାଇଛି।
“ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଐତିହାସିକ ଓ ଗବେଷକ ଉପାନ୍ତପ୍ରହରୀ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଓ.ଏ.ଏସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଶ୍ରୀ କିରଣ କୁମାର ମହାନ୍ତି , ସମ୍ମାନିତ ଅତିଥି ମହିଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ଡଃ ରୀନା ସାହୁ ଯୋଗଦେଇ ବିଷୁବ ମିଳନ ଓ ଆଧୁନିକ କବିତାର ସ୍ଵରୁପ ସଂପର୍କରେ ବିଷଦ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯିବା ପରେ ଶ୍ରୀମତି ସବିତା ପଟ୍ଟନାୟକ ଅତୀଥି ମାନଙ୍କୁ ମଞ୍ଚାସିନ ହେବା ପାଇଁ ସ୍ଵାଗତ ଜଣାଇଥିଲେ। ବି.କୋମଳାଙ୍ଗି ବନ୍ଦେ ଉତ୍କଳଜନନୀ ର ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ ଏବଂ ସରିତା ପାଣିଗ୍ରାହୀ ମଞ୍ଚାସିନ ଅତିଥି ମାନଙ୍କ ସଂପର୍କରେ ପରିଚୟ ପ୍ରଦାନ କରିଥିଲେ।
ଆକାଂକ୍ଷା ମହିଳା ସଂଗଠନ ର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ପ୍ରଥମେ ସ୍ଵାଗତ ଭାଷଣ ପ୍ରଦାନକରି ବର୍ତ୍ତମାନ ଚାଲିଥିବା କବିତା ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ସମାଜ ସେବକ ତଥା ସେବା ନିବୃତ ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ହରିମୋହନ ପଟ୍ଟନାୟକଙ୍କୁ ଆକାଂକ୍ଷା ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଓ ସରଳା ପାତ୍ର ପରିଚାଳନା କରିଥିଲେ। ପରବର୍ତ୍ତୀ ସମୟରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ରଙ୍କ ସଂଯୋଜନାରେ କବିତା ଆସରର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଏବଂ ଅନ୍ୟ ଆଚାର୍ଯ୍ୟା ମାନେ ଓ ଆଚାର୍ଯ୍ୟ ଶ୍ରୀ ଵିନୋଦ ଚନ୍ଦ୍ର ଜେନା, ଶ୍ରୀ ତ୍ରିପତି ପଣ୍ଡା, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ଶରତ ସାହୁ, ଶ୍ରୀ ମୁରଲୀ ପରିଚ୍ଛା, ଶ୍ରୀ ବିଷ୍ଣୁ ପଣ୍ଡା, ଶ୍ରୀ ନିତ୍ୟାନନ୍ଦ ଚୋୖଧୁରୀ, ଶ୍ରୀ ନରସିଂହ ଗଉଡ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ସର୍ବଶେଷରେ ସୁନୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.