ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି ଷଷ୍ଠ ନୂଆଦିଲ୍ଲୀ ବିଷୁବ ଆସର| ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଆୟୋଜିତ ‘ପଣା କବିତା ଓ ଗପସପ’ ଶୀର୍ଷକ ଏହି ସାରସ୍ଵତ ଆସରକୁ ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ବିଶିଷ୍ଟ କବି ତଥା ପୂର୍ବତ୍ତନ ବୈଦେଶିକ ସଚିବ ଡଃ ଅମରେନ୍ଦ୍ର ଖଟୁଆ ଉଦଘାଟନ କରିଥିଲେ| ଦେଶ ତଥା ଦେଶ ବାହାରୁ ଓଡିଆ ସାହିତ୍ୟର ଅଧିକାଂଶ ସୁପ୍ରତିଷ୍ଠିତ ଲୋକପ୍ରିୟ ଯୁବ ସାହିତ୍ୟିକ ମାନଙ୍କ ହୃଦୟସ୍ପର୍ଶୀ ଶବ୍ଦର ଯାଦୁକରୀ ସ୍ପର୍ଶରେ ଏହି ଅଭାଷୀ ଆସରଟି ଦୀର୍ଘ ଦୁଇ ଘଣ୍ଟା ତିରିଶ ମିନିଟ ପାଇଁ ଶତାଧିକ ଓଡିଆ ସାହିତ୍ୟ ଅନୁରାଗୀଙ୍କୁ ବାନ୍ଧି ରଖିଥିଲା| ବିଶିଷ୍ଟ ଯୁବ ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀ ଓ କବୟତ୍ରୀ ବୀଣାପାଣି ପ୍ରଧାନଙ୍କ ଦ୍ବାରା ସଂଯୋଜିତ ଏହି ବିଷୁବ ଆସରରେ ଅନେକ ପ୍ରତିଷ୍ଠିତ ଓଡିଆ ଯୁବ ସାହିତ୍ୟିକ ଯୋଗଦେଇ ତାଙ୍କର ସ୍ଵରଚିତ କବିତା ଓ ଗଳ୍ପ ପାଠକରି ଆସରକୁ ଅତ୍ୟନ୍ତ ଭାବମୟ ଓ ଚିତାକର୍ଷକ କରିଥିଲେ| ସେମାନଙ୍କ ମଧ୍ୟରେ ଲୋକପ୍ରିୟ ଗାଳ୍ପିକା ସୁଲଗ୍ନା ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପ୍ରାପ୍ତ ଲେଖକ ଡଃ ସୂର୍ଯ୍ୟସ୍ନାତ ତ୍ରିପାଠୀ, ଦେବବ୍ରତ ଦାସ, ଭାରତୀ ଚକ୍ର, ଶୁଭଶ୍ରୀ ଶୁଭସ୍ମୀତା ମିଶ୍ର, ରାଜେଶ ପୂଜାରୀ, ପ୍ରାଚୀ ତାରା, ସୁଜିତ କୁମାର ପଣ୍ଡା, ସୌରଭ ରଞ୍ଜନ ମହାପାତ୍ର, ସୁଜିତ ଶତପଥୀ, ଜୟଦ୍ରଥ ସୁନା, ସଂଘମିତ୍ରା ରଥ, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଶୁଭଶ୍ରୀ ମହାରଣା, ବିନେଶ ସାମଲ, ଭୁବନାନନ୍ଦ ଅଧିକାରୀ, ସର୍ବାଣୀ ପଟ୍ଟନାୟକ, ବିରଜା ମହାପାତ୍ର, ପାରମିତା ଷଡଙ୍ଗୀ, ରଶ୍ମୀରେଖା ବେହେରା ସମେତ ଅନେକ ପ୍ରତିଷ୍ଠିତ ଯୁବ ସାହିତ୍ୟିକ ଅଂଶଗ୍ରହଣ କରିଥିଲେ|
ଓଡିଆ ଭାଷା ପ୍ରତି ଆଗାମୀ ପିଢିଙ୍କ ମଧ୍ୟରେ ଆବେଗ ଓ ପ୍ରତିବଦ୍ଧତା ବୃଦ୍ଧି କରିବା ସହିତ ପ୍ରବାସରେ ଆମ ସଂସ୍କୃତି ଓ ସାହିତ୍ୟ ପ୍ରତି ଭଲ ପାଇବା ବୃଦ୍ଧିକରିବାର ଉଦେଶ୍ୟରେ ଏହି ବିଷୁବ ଆସର ଆୟୋଜନ କରାଯାଇଥାଏ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିଲେ| ମୁଖ୍ୟ ଅତିଥି ଡଃ ଖଟୁଆ ଓଡ଼ିଶାର ପ୍ରତ୍ୟକ ବ୍ୟକ୍ତି ଜଣେ ଓଡିଆ ହେବାରେ ଗର୍ବ ଅନୁଭବ କରିପାରିଲେ ଓଡ଼ିଶା ଉନ୍ନତିର ଶୀର୍ଷରେ ପହଞ୍ଚି ପାରିବ ବୋଲି ମତ ବ୍ୟକ୍ତ କରିଥିଲେ| ପ୍ରାରମ୍ଭରେ ନୂଆଦିଲ୍ଲୀସ୍ଥିତ ସଙ୍ଗଠନର କାର୍ଯ୍ୟାଳୟରେ ପ୍ରଭୁ ଜଗନ୍ନାଥଙ୍କ ପୂଜା ଅର୍ଚନା ସହିତ ବେଲ ପଣା ପରିବେଷଣର ଅପୂର୍ବ ଦୃଶ୍ୟ ଜୁମ ପ୍ଲାଟଫର୍ମରେ ପ୍ରସାରଣ କରାଯାଇଥିଲା| ଏହି ସୁସଂଯୋଜିତ କାର୍ଯ୍ୟକ୍ରମକୁ ସ୍ମୃତି ରଞ୍ଜନ ମିଶ୍ର, ପଙ୍କଜମାଳା ଷଡଙ୍ଗୀ, ସ୍ମୃତିଧାରା ରାଉତ, ଗାର୍ଗି ରାଉତ, ଆର୍ଯ୍ୟାନ ରାଉତ, କ୍ଷିତିଶ ବେଦାନ୍ତ, ନଗେନ୍ଦ୍ର ନାଥ ସ୍ବାଇଁ, ଶ୍ୟାମାନୁଜ ଦାସ ତଥା ସଂଗଠନର ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ|
Sign in
Sign in
Recover your password.
A password will be e-mailed to you.