ସାଉଦି ଆରବରୁ ଓଡିଆ ଯୁବକଙ୍କ ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

0

ଭୁବନେଶ୍ବର,- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରୁ ଓଡିଆ ଯୁବକ ଗୁରୁଦେବ ଜେନାଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବାପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅନ୍ତର୍ଗତ ଆଙ୍କୁଳା ଗ୍ରାମର ବିଜୟ ଜେନାଙ୍କ ବଡପୁଅ ଗୁରୁଦେବ ସାଉଦି ଆରବର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ଗତ ୧୯ ମାର୍ଚ୍ଚରେ ଗୁରୁଦେବଙ୍କ ମୃତ୍ୟୁ ହୋଇଥିବା ନେଇ ସେଠାରେ ରୁହୁଥିବା ଜଣେ ବନ୍ଧୁ ପରିବାର ଲୋକଙ୍କୁ ଜଣାଇଥିଲେ। ମୃତଦେହ ଫେରାଇ ଆଣିବା ପାଈଁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ମଧ୍ୟ ବିଫଳ ହେବାପରେ ଉପାୟଶୂନ୍ୟ ପରିବାର ଲୋକ ବରିଷ୍ଠ ବିଜେପି ନେତା ପୃଥିରାଜ ହରିଚନ୍ଦନଙ୍କ ଜରିଆରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅବଗତ କରାଇବା ସହ ଏକ ପତ୍ର ଲେଖି ଗୁରୁଦେବଙ୍କ ମରଶରୀର ଯଥାଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.