ଜଗତସିଂହପୁର,/ସୁମନ୍ତ କୁମାର ଦାସ : ତିର୍ତ୍ତୋଲ ବ୍ଲକ କନିମୁଳ ପଂଚାୟତ କନିମୁଳ ୧ ନମ୍ବର ଜୋନ ପୂର୍ବତନ ଜ଼ିଲ୍ଲାପରିଷଦ ତଥା ତିର୍ତ୍ତୋଲ ବ୍ଲକ ବିଜେଡି ଉପସଭାପତି ସନାତନ ଦଳାଇ ଙ୍କ ନେତୃତ୍ୱ ରେ ଉଦଘାଟକ ଭାବେ କନିମୁଳ ପଂଚାୟତ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ ଯୋଗ ଦେଇ ଜଳଛତ୍ର ଉଦଘାଟନ କରିଥିଲେ l ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ଆଜି ଏହି କାର୍ଯ୍ୟାଳୟ ରେ ଶତାଧିକ ବିଜେଡି କର୍ମୀ ଯୋଗ ଦେଇ ଏହି ଜଳଛତ୍ର କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡି ଉପସଭାପତି ଶ୍ରୀଯୁକ୍ତ ଦଳାଇ ଙ୍କୁ ସ୍ୱାଗତ ଜଣାଇବା ସହିତ ଶ୍ରଦ୍ଧାଳୁ ମାନଙ୍କୁ ଜଳ ବଣ୍ଟନ କରିଥିଲେ l ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରଦ୍ଧାଳୁ ମାନେ ପଂଚାୟତ ରେ ଥିବା ଶ୍ରୀ ଶ୍ରୀ ବାନାମ୍ବର ପୀଠ ଓ ମା ଦିଗବାରୁଣୀ ପୀଠକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଜଳଛତ୍ର ଓ ଦହି ପଣା ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବାମଦେବ ସ୍ୱାଇଁ, ବସନ୍ତ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବିଜୟ ସିଂ, ପ୍ରଶାନ୍ତ ସ୍ୱାଇଁ, ସିଵସୁନ୍ଦର ସ୍ୱାଇଁ, ହିରଣ୍ୟ ଖୁଣ୍ଟିଆ, ବିକାଶ ପଣ୍ଡା, ଅଖିଲ ଦାସ, ସୌମେନ୍ଦ୍ର ଦଳାଇ, ସ୍ୱୟମ୍ଭୁ ସ୍ଵଭାଵ ସ୍ୱାଇଁ, ପ୍ରଶାନ୍ତ ମଲ୍ଲିକ, ପ୍ରତୀକ ଦଳାଇ, ସମୀର ସାହୁ, ଅଭିରାମ ଖୁଣ୍ଟିଆ, ପିତାମ୍ବର ସେଠି, ଭାବ ଗ୍ରାହୀ ସାହୁ, ଗୋପୀନାଥ ଦାଶ, ରଞ୍ଜନ ଖୁଣ୍ଟିଆ, ପୃଥ୍ୱୀ ରାଜ ପତି, ପ୍ରକାଶ ପତି, ବିକାଶ ପତି, ଶିଶିର ଦଳାଇ, ବିଜୟ ମଲ୍ଲିକ, ପ୍ରଶାନ୍ତ ଦଳେଇ, ସୁରଜ ରାଉତ ଙ୍କ ସମେତ ଶତାଧିକ ସ୍ବେଛାସେବୀ ଯୁବକମାନେ ଉପସ୍ଥିତ ରହି ଜଳଛତ୍ର ଓ ଦହି ପଣା ବଣ୍ଟନ କରି ଓଡ଼ିଆ ନବ ବର୍ଷ ପାଳନ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post