ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା” ର ସଫଳ ରୂପାୟନ ପାଇଁ ମୀନକେତନ ମହାବିଦ୍ୟାଳୟ (ଗୁରାଣ୍ଡି) , ପର୍ଶୁରାମ ଗୁରୁକୁଳ ମହାବିଦ୍ୟାଳୟ (ସେବକପୁର), ଶ୍ରୀରାମ ମହାବିଦ୍ୟାଳୟ (କାଶୀନଗର) , ବିନୋଦିନି ମହାବିଦ୍ୟାଳୟ (ପଦ୍ମପୁର) ଗୁମ୍ମାର ୧୦୦ ଜଣ ସ୍ଵେଚ୍ଛାସେବୀଙ୍କୁ ନେଇ ଶିଶୁ ସୁରକ୍ଷାର ସମସ୍ତ ଦିଗ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର, ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ରୁପେ ଯୋଗ ଦେବା ସହ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।
ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ ଏନ୍ ଏସ୍ ଏସ୍ , ୟୁଥ୍ ରେଡ୍କ୍ରସ , ଏବଂ ସ୍କାଉଟ ଓ ଗାଇଡ୍ ର ସ୍ଵେଚ୍ଛାସେବୀ ମାନଙ୍କୁ ସୈନିକ ଭାବେ ଅବିହିତ କରିବା ସହ ସେମାନଙ୍କ ଦ୍ୱାରା ହିଁ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁଙ୍କ ପାଖରେ ପହଞ୍ଚିବା ସହ ଜିଲ୍ଲାକୁ ଶିଶୁ ନିର୍ଯ୍ୟାତନା ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିହେବ ବୋଲି ମତବ୍ୟକ୍ତ କରିଥିଲେ ।
ଏଥିରେ ଯୋଗ ଦେଇଥିବା ପ୍ରାୟ ସ୍ବେଚ୍ଛାସେବୀ ନାବାଳିକା ହୋଇଥିଲା ବେଳେ ନିଜର ସୁରକ୍ଷା ନିଜ ନେତୃତ୍ବରେ ନିଆଯିବା କଥାକୁ ସମସ୍ତଙ୍କ ଦ୍ବାରା ଆଗ୍ରହର ସହିତ ଗ୍ରହଣ କରାଯାଇଥିଲା।
ଉପରୋକ୍ତ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଚାଲିଥିଲା ବେଳେ ଏଥିରେ ଉପରୋକ୍ତ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ , ୟୁଥ୍ ରେଡ୍କ୍ରସ , ଏବଂ ସ୍କାଉଟ ଓ ଗାଇଡ୍ ର ସଂଯୋଜକ ମାନେ ଯୋଗ ଦେଇ ସେମାନଙ୍କର ୟୁନିଟ୍ ମାଧ୍ୟମରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ କିପରି ପହଞ୍ଚିବ ତାହାରି ଉପରେ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ , ଆକ୍ସନଏଡ଼ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଓ ୟୁଏନ୍ଏଫପିଏ ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପର୍ଯ୍ୟବେକ୍ଷକ ଅଧିକାରୀ ଶ୍ରୀଯୁକ୍ତ ଜୟପ୍ରକାଶ ବାଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.