କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଭୁବନେଶ୍ଵର ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଖେଳ ପ୍ରତିଯୋଗିତା ରେ କାଶୀପୁର ଅଞ୍ଚଳର ଜଣେ ଧାବିକା ତୃତୀୟ ସ୍ଥାନରେ ରହି ଅଞ୍ଚଳର ସୁନାମ ଅର୍ଜନ କରିଥିବା ଜଣାପଡିଛି । ସେ ହେଉଛନ୍ତି କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡି ଗ୍ରାମର ଭାଗିରଥ ବେହେରା ଙ୍କ ଝିଅ ସୁଚିତା ବେହେରା । ବର୍ତ୍ତମାନ ସେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଯୁକ୍ତ ତିନି ରେ ଅଧନରତ । କିଛିଦିନ ପୂର୍ବରୁ କୋରାପୁଟ ଠାରେ ଜିଲ୍ଲା ସ୍ତରୀୟ ଦୌଡ଼ ପ୍ରତିଯୋଗିତା ରେ କୃତିତ୍ଵ ପରେ ସେ ଭୁବନେଶ୍ବର ଠାରେ ୮/୪ ଠାରୁ୧୧/ ୪ ଅନୁଷ୍ଠିତ ୬୮ତମ ରାଜ୍ୟସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ଅନ୍ୟ ପ୍ରତିଦ୍ଵନ୍ଦୀ ଠାରୁ ସେ ୧ ମିନିଟ ୧୭ ସେକେଣ୍ଡ ସମୟ ମଧ୍ୟରେ ୪ ଶହ ମଟର ସଫଳତାର ସହ ଦୌଡ଼ି ତୃତୀୟ ସ୍ଥାନ ଅଧିକାରୀ କରିଥିଲେ । ଏହି କୃତିତ୍ଵ ପରେ ବର୍ତ୍ତମାନ କାଶୀପୁର ମାଟି ପାଇଁ ସୁଚିତା ବେହେରା ଏକ ଗୌରବ ଆଣିପାରିଥିବା ବେଳେ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ର ବୁଦ୍ଧିଜୀବି ମହଲରେ ପ୍ରଶଂସା ସୁଅ ଛୁଟୁଛି । ପ୍ରକାଶ ଥାଉ କି ପୂର୍ବରୁ ମଧ୍ୟ ସେ ଟିକିରି ସ୍ଥିତ ଶିଶୁମନ୍ଦିର ଏବଂ ରାୟଗଡା ଅଟୋନମୋସ କଲେଜ ରେ ଯୁକ୍ତ ଦୁଇ ପାଠ ପଢୁଥିବା ସମୟରେ ଏଭଳି ଅନେକ ଖେଳ ରେ ଭାଗ ନେଇ ଜିଲ୍ଲା ସ୍ତରରେ ପୁରସ୍କୃତ ହେଇ ସୁନାମ ଅର୍ଜୁନ କରିଥିବା ନଜିର ରହିଛି |
Sign in
Sign in
Recover your password.
A password will be e-mailed to you.