‘ଆମ ମାହାଙ୍ଗା’ ର ଅଧ୍ୟକ୍ଷ ଡ଼ଃ.ଅମରେନ୍ଦ୍ର ମହାନ୍ତିଙ୍କୁ ‘ପ୍ରଜ୍ଞାଜ୍ୟୋତି ସମ୍ମାନ-୨୦୨୨’

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):-ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ ଗର୍ବ, ଗୌରବ ତଥା ଜଣେ ସଚ୍ଚା ସମାଜସେବକ ଭାବେ ଦୀର୍ଘ ବର୍ଷ ଧରି ସମାଜର କଲ୍ୟାଣ ପାଇଁ ‘ଆମ ମାହାଙ୍ଗା’ ସ୍ୱେଚ୍ଛାସେବୀ ସଂଗଠନ ର ଅଧ୍ୟକ୍ଷ ଭାବେ ବିଦ୍ୟାଳୟ, ମସଜିଦ୍‌, ମେଡ଼ିକାଲ, ମନ୍ଦିର ଆଦି ପରିବେଶର ଅଳିଆ ଆବର୍ଜନା ସଫେଇ କରିବା ସହ ପରିବେଶକୁ ସବୁଜ ଜିମାରେ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ଚାରା ରୋପଣ କରିବା ସହ ଗରିବ, ଦିନ ମଜୁରିଆ,ଦୁଃଖୀ ଜନସାଧାରଣଙ୍କ ନିକଟରେ ପହ ି ମାହାଙ୍ଗା ମାଟିର ସନ୍ତାନ ଭାବେ ସହଯୋଗର ହାତ ବଢାଇଥାନ୍ତି ଡ଼ଃ. ଅମରେନ୍ଦ୍ର ମହାନ୍ତି । ଡ଼ଃ. ମହାନ୍ତି ଙ୍କ ଜନ୍ମସ୍ଥାନ ହେଉଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନାହାଙ୍ଗ ଗ୍ରାମପ ।ୟତ । ଡ଼ଃ. ମହାନ୍ତି ଉଚ୍ଚଶିକ୍ଷିତ ହୋଇ ବିଦେଶରେ ରହିଲେ ମଧ୍ୟ ମାହାଙ୍ଗା ମାଟି ପ୍ରତି ରହିଛି ଅକୁଣ୍ଠ ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ଭଲପାଇବା । ଏହି ଅବସରରେ ଡ଼ଃ. ଅମରେନ୍ଦ୍ର ମହାନ୍ତିଙ୍କ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ଗ୍ରାମପ ।ୟତ ସାଧୁପୁର ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଡ଼ଃ. ମହାନ୍ତିଙ୍କୁ “ପ୍ରଜ୍ଞାଜ୍ୟୋତି ସମ୍ମାନ-୨୦୨୨” ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଭାପତି ଗୁରୁ ଗୋପୀନାଥ ବେହେରା, ଉଦ୍‌ଘାଟକ ପ୍ରଫେସର ଡ଼ଃ.ଯୁଧିଷ୍ଠିର ଖଟୁଆ, ମୁଖ୍ୟଅତିଥି ଭାସ୍କର ବେହେରା, ସମ୍ପାଦକ ପ୍ରମୋଦ କୁମାର ଦାଶ, ଶିକ୍ଷାବିତ୍ ଫକୀରଚରଣ ନାୟକ, ହରିହର ମହାପାତ୍ର, ସଚ୍ଚିଦାନନ୍ଦ ମିଶ୍ର,ସ୍ତମ୍ଭକାର ବିବେକାନନ୍ଦ ଦାସ,କବି ପ୍ରମିଳା ନାୟକ, ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି ଡ଼ଃ. ଅମରେନ୍ଦ୍ର ମହାନ୍ତିଙ୍କୁ “ପ୍ରଜ୍ଞାଜ୍ୟୋତି ସମ୍ମାନ-୨୦୨୨” ସମ୍ମାନ ସହ ଉ ରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଡ଼ଃ.ମହାନ୍ତି ତାଙ୍କ ବକ୍ତବ୍ୟ ମାଧ୍ୟମରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇବା ସହ ସମାଜର ସମସ୍ତ ଯୁବପିଢୀଙ୍କୁ ମାହାଙ୍ଗା ବିକାଶରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.