ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମା ରେ ଥିବା ଜଗଦଳପୁର ଥାନା ତରଫରୁ ଥାନା ସମ୍ମୁଖରେ ଆଇ ଆଇ ସି ସୁଷମା କୁଅଁର ଏକ ଜଳଛତ୍ର ଉଦଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସି.ଆର.ପି.ଏଫ ସେକେଣ୍ଡ ଇନଚାରଜ ଶ୍ରୀ ପୀତବାସ ପଣ୍ଡା ,ଏ.ଏସ.ଆଇ ପ୍ରଦୀପ ପାଣି ସମେତ ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଜଗଦଲପୁର କୁ ଆଖପାଖ ଗ୍ରାମାଞ୍ଚଳ ରୁ ବ୍ୟାଙ୍କ ,ଡାକ୍ତରଖାନା,ପଞ୍ଚାୟତ ଅଫିସ ,ଥାନା କୁ ଆସିଥାନ୍ତି ବ୍ୟବସାୟୀତ ଦୃଷ୍ଟି ରୁ ପ୍ରତ୍ୟହ ଉକ୍ତ ରାସ୍ତା ଦେଇ ଛତିଶଗଡ଼ ଅଞ୍ଚଳକୁ ସହ ସହ ଲୋକେ ଗମନା ଗମନ କରୁଛନ୍ତି।ଅସହ୍ୟ ତାତି ରେ ଦୂରଦୂରାନ୍ତରୁ ଗମନାଗମନ କରୁଥିବା ଲୋକେ ଥଣ୍ଡା ପାଣି ପାଇପାରୁଥିବା ରୁ ଜଗଦଲପୁର ପୋଲିସ କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.