ଅଫିସ ଅଛି , ଅଫିସର-ଷ୍ଟାଫ ଅଛନ୍ତି, ହେଲେ ଅଫିସ ଆସୁନାହାନ୍ତି

0

ପିଡ଼ି ଙ୍କର ଠାରୁ ଶକ୍ତିଶାଳୀ ଡାଟା ଏଣ୍ଟ୍ରି ଅଫିସର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ପାଇକମାଲ ମୁଖ୍ୟ ଛକ ଠାରୁ ନୃସିଂହନାଥ ମନ୍ଦିର କୁ ଯିବା ରାସ୍ତାରେ , ମୁଖ୍ୟଛକ ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଅବସ୍ଥିତ ରହିଛି ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଳ ବିଭାଜିକା ପ୍ରକଳ୍ପ କାର୍ଯକାରୀ ସଂସ୍ଥାଙ୍କର ଅଫିସ । ରାଜ୍ୟ ସରକାର ଙ୍କର କୃଷି ବିଭାଗ ଅନ୍ତର୍ଗତ ଏହି ଅଫିସ ଉପରେ ପାଇକମାଲ ବ୍ଲକ ର 22ଗୋଟି ପଂଚାୟତ ର କୃଷକ ମାନେ ପ୍ରତ୍ୟକ୍ଷ ଭାବରେ ନିର୍ଭରଶୀଳ । ଏହି ଅଫିସ ଅଧୀନରେ କୃଷକ ମାନଙ୍କର ଆର୍ଥିକ ବିକାଶ ପାଇଁ ସରକାର ଦ୍ୱାରା ଅନେକ ଗୁଡିଏ କାର୍ଯ୍ୟକ୍ରମ କରା ଯାଇଥାଏ । ହେଲେ ଅତି କ୍ଷୋଭ ତଥା ଦୁର୍ଭାଗ୍ୟର ବିଷୟ ଯେ ଏହି ଅଫିସ କିମ୍ବା ଏହି ଅଫିସ ରେ କାର୍ୟ୍ଯରତ ଅଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ସ୍ଥାନୀୟ ଲୋକେ କିମ୍ବା କୃଷକ ମାନେ ବହୁଦିନ ହେଲା ଦର୍ଶନ ମଧ୍ୟ ପାଇ ପାରି ନାହାନ୍ତି । ନିୟମ ମୁତାବକ ଏହି ଅଫିସରେ ଅଫିସ ପରିଚାଳନା ପାଇଁ ଜଣେ ଓଭରସିଅର କମ ଇଂଚାର୍ଜ , ଦୁଇ ଜଣ ପ୍ରୋଜେକ୍ଟ ଅସୋସିଏଟ , ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର କମ କମ୍ପ୍ୟୁଟର କୃଷକ ଓ ହିତାଧିକାରୀଙ୍କ ସେବା ପାଇଁ ଅଫିସ ସମୟରେ ଉପଲବ୍ଧ ରହିବା କଥା । କିନ୍ତୁ ଏହି ଅଫିସ ରେ କାର୍ଯରତ ଓଭରସିଅର ଙ୍କୁ ଅନ୍ୟ ଦୁଇ ଗୋଟି ବ୍ଲକର ଦାଇତ୍ୱ ମଧ୍ୟ ପ୍ରଦାନ କରାଯାଇଛି । ଯାହା ସୁଯୋଗ ନେଇ ସେ କେବେ କେମିତି ଅଫିସ ରେ ଆବିର୍ଭାବ ହୋଇଥାନ୍ତି । ଅନ୍ୟପଟେ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତ ଦୁଇ ଜଣ ପ୍ରକଳ୍ପ ସହାୟକ ଯେଉଁମାନେ କି ନିୟମ ମୁତାବକ ସପ୍ତାହ ରେ ଦୁଇଦିନ ଅଫିସ ରେ ବସିବା କଥା , ଦୀର୍ଘ ଦିନ ହେଲା ସେମାନଙ୍କ ମଧ୍ୟ ଦେଖା ନାହିଁ । ମୁଖ୍ୟ କଥା ହେଲା ଏହି ଅଫିସ ପାଇଁ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟର ଗତ 2020 ରେ ତାଙ୍କର ନିଯୁକ୍ତି ପରେ ସେ କେବେ ଅଫିସ କୁ ଆସି ନାହାନ୍ତି କିମ୍ବା ଅଫିସରୁ କାମ କରୁ ନାହାନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଏହି ଅଫିସ ଟି ଠିକା ସଂସ୍ଥା ଦ୍ୱାରା ନିୟୋଜିତ କାର୍ଯରତ ଡାଟା ଏଣ୍ଟ୍ରି ଅପରେଟର ଙ୍କର ଘର ଭେଙ୍ଗରାଜପୁର ରୁ ଚାଲିଛି । ପାଇକମାଲ ବ୍ଲକ ର ଅଫିସ ପାଇକମାଲ ରେ ଥିଲେ ସୁଦ୍ଧା ଅଫିସର ସମସ୍ତ କାର୍ଯ୍ୟ ଡାଟା ଏଣ୍ଟ୍ରି ଅପରେଟର ଙ୍କର ଘରୁ ଚାଲୁଛି । ଆଶ୍ଚର୍ଯ୍ୟ ର କଥା ହେଲା ଯେ ବିଭାଗୀୟ ଜିଲ୍ଲା ମୁଖ୍ୟାଳୟ ର ସମସ୍ତ ଅଧିକାରୀ ଏହି ବାବଦରେ ଭଲ ଭାବରେ ଜାଣିଛନ୍ତି ହେଲେ ସମସ୍ତେ ନିରବ । ପାଇକମାଲ ଅଫିସର ଓଭରସିଅର ଶ୍ରୀ ସୂର୍ଯ୍ୟମଣି ବାଗ ଙ୍କର କହିବା ଅନୁସାରେ ପାଇକମାଲରେ ବିଭାଗର କୋଣସି ଅଫିସ ନାହିଁ | ତେବେ ଏ ଯେଉଁ ସାଇନ ବୋର୍ଡ ରହିଛି ଏହା କେଉଁ ଅଫିସ ର ? ବୋଧ ହୁଏ ସାର ଙ୍କୁ ଦିନ ବେଳେ ଟିକେ କମ ଦିଶେ । ସେଥିପାଇଁ ତାଙ୍କୁ ମୁଖ୍ୟ ରାସ୍ତା କଡରେ ଲାଗିଥିବା ଏହି ବିରାଟ ବୋର୍ଡ ଦେଖା ଗଲା ନାହିଁ ।
ଏହି ଅଫିସ ରେ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ଡାଟା ଏଣ୍ଟ୍ରି ଅପରେଟର ଅଫିସରେ ସମସ୍ତ ସୁବିଧା ଥିବା ସତ୍ୱେ କାହାର ସାହସରେ ଅଫିସ ଆସୁ ନାହାନ୍ତି ? ବିଭାଗୀୟ ପିଡ଼ି , ଏପିଡ଼ି ,ଓ ଅନ୍ୟାନ୍ୟ ଅଧିକାରୀ ମାନେ ସବୁ ଜାଣି ମଧ୍ୟ ନିରବ ରହିବା ରହସ୍ୟ ପଛରେ ଅପରେଟର ବାବୁ ଙ୍କର ଅଧିକାରୀ ମାନଙ୍କର ସହିତ ସୁସମ୍ପର୍କ ବୋଲି ଚର୍ଚ୍ଚା ଚାଲିଛି । ଅପରେଟର ମହାଶୟ ବୋଧହୁଏ ଭାରତ ବର୍ଷର ଏକମାତ୍ର ଚାକିରିଆ ଯିଏ ନିଜର ଅଧିକାରୀ ମାନଙ୍କୁ ପଟେଇ ବର୍ଷ ବର୍ଷ ହେଲା ଅଫିସ ମାଡୁ ନାହାନ୍ତି । ଅବଶ୍ୟ ଏହି ବିଭାଗ ର କିଛି ଅଧିକାରୀ ଓ ନିଜେ ଡାଟା ଏଣ୍ଟ୍ରି ଅପରେଟର ତଥା ତାଙ୍କ କିଛି ସମ୍ପର୍କୀୟ ଙ୍କର ବାବଦରେ ଅନେକ ଅଭିଯୋଗ ରହିଛି । ଏହି ସବୁ ଅଭିଯୋଗ ବାବଦରେ ମଧ୍ୟ ବିଭାଗୀୟ ପିଡ଼ି ଙ୍କୁ ଜଣେଇ ଦିଆ ଯାଇଛି ହେଲେ ପିଡ଼ି ଅଭିଯୋଗର ଦୀର୍ଘ ଦିନ ପରେ ମଧ୍ୟ କୋଣସି ପଦକ୍ଷେପ ଗ୍ରହଣ ନ କରିବା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ।

Leave A Reply

Your email address will not be published.