ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ଶାରଳା ପୁରସ୍କାର

0

ଭୁବନେଶ୍ୱର-  ବିଶିଷ୍ଟ ଲେଖିକା ବନଜ ଦେବୀ ତାଙ୍କ ରଚିତ ଗଳ୍ପ ସଙ୍କଳନ “କାଠପୁଅ’ ନିମନ୍ତେ ୩୮ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାରସ୍ୱରୂପ ଶ୍ରୀମତୀ ବନଜ ଦେବୀଙ୍କୁ ପାଂଚଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । 

ଏତଦ୍ବ୍ୟତୀତ ରାଜ୍ୟର ଅନ୍ୟ ଦୁଇଜଣ କୃତୀ ବ୍ୟକ୍ତିଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଉଲ୍କେଖନୀୟ ଅବଦାନ ପାଇଁ “ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଏବଂ “ଇଲା ପଣ୍ଡା ଚିତ୍ରକଳା’ ସମ୍ମାନରେ ସମ୍ମାନିତ କରାଯିବ । ଚଳିତ ବର୍ଷ ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ଗୁରୁ ଡ. ଘାସିରାମ ମିଶ୍ର ଏବଂ ଚିତ୍ରକଳା କ୍ଷେତ୍ରରେ ଡ. ଦୁର୍ଗା ପ୍ରସାଦ ଦାସଙ୍କୁ ମନୋନୀତ କରାଯାଇଛି । ପୁରସ୍କାରସ୍ୱରୂପ ଉଭୟଙ୍କୁ ୧,୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଆସନ୍ତା ଅକ୍ଟୋବର ୨୬ତାରିଖ ଦିନ ଏକ ସ୍ୱତନ୍ତ୍ର ଉତ୍ସବରେ “ଶାରଳା ପୁରସ୍କାର’ ସହ ଉପାୟନ ପ୍ରଦାନ କରାଯିବ । ଏହି ଉତ୍ସବରେ ବିଶିଷ୍ଟ ଲେଖିକା ମାମଙ୍ଗ୍ ଦାଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାପାଇଁ ସମ୍ମତି ପ୍ରକାଶ କରିଛନ୍ତି । 

ପ୍ରକାଶ ଥାଉ କି, ଓଡିଶାର ବିଶିଷ୍ଟ ଶିଳ୍ପପତି ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ “ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲସ୍ ଆଣ୍ଣ୍ ପବ୍ଳିକ ·ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ୍) ଆନୁକୂଲ୍ୟରେ ୧୯୭୯ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଅଛି । ଇମ୍ପାକ୍ଟ୍ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା “ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡିଶାର ଯୁବ କ୍ରୀଡା ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉକôର୍ଷ ନିମନ୍ତେ ପ୍ରୋସôାହନ ସ୍ୱରୂପ ପ୍ରଦାନ କରାଯା

Leave A Reply

Your email address will not be published.