ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ସଦର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥି ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ଇଜାଜ୍ ଖାନ୍ ଙ୍କ ପୈାରୋହିତ୍ଯରେ କଟକ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଚାଲୁରହିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନେମାଳ ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ସେତୁର ଦକ୍ଷିଣ ପାଶ୍ୱର୍ରେ ଏହି ଜଳଛତ୍ର ଖୋଲା ହୋଇଥିବା ବେଳେ ଏହା ଦୀର୍ଘ ଏକମାସ ଧରି ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ ହିମାଂଶୁ ଶେଖର ଦାସ, କଟକ ସଦର ଛାତ୍ର ବିଜେଡ଼ି ସଭାପତି ସତ୍ଯ ସିଦ୍ଧାନ୍ତ ଦାଶ, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ବଳଦେବା ନନ୍ଦ ଦାସ, ବରିଷ୍ଠ ବିଜେଡି ନେତା ଦୂର୍ଯ୍ୟାଧନ ପଣ୍ଡା, ସାନ୍ତପୁର ଯୁବ ବିଜେଡ଼ି ସଭାପତି ତୁଷାରକାନ୍ତ ବେହେରା, ଯୁବ ସମ୍ପାଦକ ସନ୍ଦୀପ ନାୟକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ବାଟୋଇ ମାନଙ୍କୁ ଦହି, ଲେମ୍ୱୁ ମିଶ୍ରିତ ପାଣି ବଣ୍ଟନ କରୁଛନ୍ତି । ଏହିଭଳି କାର୍ଯ୍ୟକୁ ସାଧରଣରେ ଦୃଢ ପ୍ରଶଂସା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.