ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଇ-ବର୍ଜ୍ୟ ରିସାଇକଲ୍ ସହଯୋଗୀଙ୍କ ସହଯୋଗିତାରେ ସଂଗ୍ରହ ଅଭିଯାନ

0
  • – ନାଗରିକଙ୍କ ମଧ୍ୟରେ ଇ-ବର୍ଜ୍ୟ ସଚେତନତା ଉପରେ ଗୁରୁତ୍ୱାରୋପ. ସାରା ଭାରତରେ ବିଭିନ୍ନ ଅଭିଯାନ ଜରିଆରେ ୨୦୨୨ରେ ୨୦,୦୦୦ ନିୟୁତ ଟନ୍ ଇ-ବର୍ଜ୍ୟ ସଂଗ୍ରହ କରିବା ଲକ୍ଷ୍ୟ

  • -ନିର୍ଦିଷ୍ଟ ଇ-ବର୍ଜ୍ୟ ସଂଗ୍ରହ ପାଇଁ ରାଜସ୍ଥାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଗ୍ଲୋବାଲ୍ ୱେଷ୍ଟ ସଲ୍ୟୁସନ୍ସ ସହ ସହଯୋଗିତା

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଗୋଦରେଜ ଆଣ୍ଡ୍ ବଏସ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ବ୍ୟବସାୟ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ନିକଟରେ ରାଜସ୍ଥାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଗ୍ଲୋବାଲ୍ ୱେଷ୍ଟ ସଲ୍ୟୁସନ୍ ସହଯୋଗିତାରେ ଇ-ବର୍ଜ୍ୟକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ରାଜସ୍ଥାନରେ ଦୁଇ ସପ୍ତାହ-ବ୍ୟାପୀ ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ଅଭିଯାନର ଅଂଶ ସ୍ୱରୂପ, ଶିଳ୍ପ ସଂସ୍ଥା, ଆବାସିକ ଅଂଚଳ, ଆରଡବ୍ଲୁଏ, ବାଣିଜ୍ୟିକ ବଜାର ଓ ଅଣସଂଗଠିତ ହଟ୍‌-ସ୍ପଟ୍‌ଗୁଡ଼ିକରୁ ଇ-ବର୍ଜ୍ୟ ସଂଗ୍ରହ କରାଯାଇଥିଲା ଏବଂ ସେଗୁଡ଼ିକୁ ସ୍ୱୀକୃତିପ୍ରାପ୍ତ ରିସାଇକଲର ଓ ଡିସମାଂଟଲରମାନଙ୍କ ପାଖାକୁ ପଠାଯାଇଥିଲା । ଛଅଟି ସହରରୁ ସଂଗ୍ରହ କରାଯାଇଥିବା ୨୩୨ ଏମଟି (୨୩୨,୦୦୦ କେଜି) ଇ-ବର୍ଜ୍ୟ ମଧ୍ୟରୁ ୩୮.୫ ଏମ୍‌ଟି (୩୮,୫୦୦ କେଜି) ଇ-ବର୍ଜ୍ୟକୁ ୧୫୦ରୁ ଅଧିକ ଆବାସିକ ପରିସରରୁ ସଂଗ୍ରହ କରାଯାଇ, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା ।
ଉପଯୁକ୍ତ ଇ-ବର୍ଜ୍ୟ ପରିଚାଳନାର ଗୁରୁତ୍ୱ ସମ୍ପର୍କରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ବିଗତ ବର୍ଷଗୁଡ଼ିକରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଇଣ୍ଡିଆ ଭର୍ସେସ୍ ଇ-ୱେଷ୍ଟ ବ୍ୟାନର ଅଧୀନରେ ବିବିଧ କାର୍ଯ୍ୟକ୍ରମକୁ ବିଭିନ୍ନ ସହରରେ ଆୟୋଜନ କରାଯାଇଛି । ଗତବର୍ଷ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ମୋଟ ୧୫,୬୦୦ (ପନ୍ଦର ନିୟୁତ କିଲୋଗ୍ରାମରୁ ଅଧିକ) ଇ-ବର୍ଜ୍ୟ ସଂଗ୍ରହ କରାଯାଇଛି ଏବଂ ଚଳିତ ବର୍ଷ ୨୦,୦୦୦ ଏମ୍‌ଟି (କୋଡ଼ିଏ ନିୟୁତ କିଲୋଗ୍ରାମ) ଇ-ବର୍ଜ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅଭିଯାନ ଉପରେ ମନ୍ତବ୍ୟ ଦେଇ ଗୋଦରେଜ୍ ଆଣ୍ଡ୍ ବୋଏସ୍‌ର ଅଂଶ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି ଯେ, “ଗୋଦରେଜ୍‌ରେ ପରିବେଶ ଏକ ମୂଳ ମୂଲ୍ୟବୋଧ ହୋଇଥିବା ବେଳେ ଆମର ସମସ୍ତ ମୂଲ୍ୟ ଶୃଙ୍ଖଳାରେ ଇ-ବର୍ଜ୍ୟର ଉପଯୁକ୍ତ ରିସାଇକଲିଂ ପାଇଁ ଆମେ ପ୍ରତିବଦ୍ଧ ରହିଛୁ । ଇଲେକ୍ଟ୍ରୋନିକ୍ସ ଓ ଆପ୍ଲାଏନ୍‌ସେସ୍‌ଗୁଡ଼ିକର ସୁରକ୍ଷିତ ପରିଚାଳନାକୁ ନିଶ୍ଚିତ କରିବା ଲାଗି ରାଜ୍ୟ ପରିଚାଳନା ସଂସ୍ଥା ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକ ସହ ସହଯୋଗିତାରେ ଇଣ୍ଡିଆ ଭର୍ସେସ ଇ-ୱେଷ୍ଟ ଅଭିଯାନକୁ ବ୍ୟାପକ କରିବା ଆମକୁ ଉତ୍ସାହିତ କରିଥିଲା । ଆମର ଟୋଲ୍‌-ଫ୍ରି ନମ୍ବର ଓ ସହଜରେ ବ୍ୟବହାରଯୋଗ୍ୟ କ୍ୟୁଆର୍ କୋଡ୍ ଗ୍ରାହକମାନଙ୍କୁ ସହଜରେ ଇ-ବର୍ଜ୍ୟ ସଂଗ୍ରହ କରିବା (ପିକ୍‌ଅପ୍‌) ନିର୍ଘଂଟ କରିବାରେ ସହାୟକ ହୋଇଛି । ନିରବଚ୍ଛିନ୍ନତା ଉପରେ ଗୁରୁତ୍ୱ କେବଳ ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ଓ ସଚେତନତା ଅଭିଯାନ ମଧ୍ୟରେ ସୀମିତ ରହିନାହିଁ, ବରଂ ତାହା ଆମର ପରିବେଶ ମିତବ୍ୟୟୀ ଉତ୍ପାଦ ଓ ସବୁଜ ଉତ୍ପାଦନ ପ୍ରକ୍ରିୟାରେ ପ୍ରତିଫଳିତ ହୋଇଛି ।’’
ଏହି ଅବସରରେ ରାଜସ୍ଥାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଆନନ୍ଦ ମୋହନ କହିଛନ୍ତି ଯେ, “ରାଜସ୍ଥାନରେ ଇ-ବର୍ଜ୍ୟ ସଂଗ୍ରହ ଅଭିଯାନରେ ଅଂଶଗ୍ରହଣ କରିବା ଏବଂ ଇ-ବର୍ଜ୍ୟର ପରିବେଶ ଅନୁକୂଳ ପରିଚାଳନା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବାରୁ ଆମେ ଗୋଦରେଜ୍ ଆପ୍ଲାଏନ୍‌ସ ପ୍ରତି କୃତଜ୍ଞ । ଏହି ଇ-ବର୍ଜ୍ୟ ସଂଗ୍ରହ ଅଭିଯାନ ଲୋକଙ୍କ ଠାରୁ ଜବରଦସ୍ତ ସମର୍ଥନ ହାସଲ କରିଛି ଏବଂ ସେମାନଙ୍କ ଇ-ବର୍ଜ୍ୟ ପାଇଁ ରିସାଇକଲିଂ ଏଜେନ୍‌ସିଗୁଡ଼ିକ ସେମାନଙ୍କୁ ଏକ କୋଟିରୁ ଅଧିକ ଟଙ୍କା ବଂଟନ କରିଛନ୍ତି । ମୋର ବିଶ୍ୱାସ ରହିଛି ଯେ ଆଗାମୀ ପର୍ଯ୍ୟାୟରେ ମଧ୍ୟ ଆମର ଏହି ସମର୍ଥନ ଜାରି ରହିବ ।’’
ପୁନଶ୍ଚ, ଗ୍ଲୋବାଲ୍ ୱେଷ୍ଟ ସଲ୍ୟୁସନ୍‌ର ନିର୍ଦେଶକ ମନିଷ ଅଗ୍ରୱାଲ୍ କହିଛନ୍ତି ଯେ, “ଗ୍ଲୋବାଲ୍ ୱେଷ୍ଟ ସଲ୍ୟୁସନ, ରାଜସ୍ଥାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଭିନ୍ନ ଆଂଚଳିକ କାର୍ଯ୍ୟାଳୟ ଓ ଗୋଦରେଜ ଆପ୍ଲାଏନ୍‌ସେସ୍‌ର ମିଳିତ ସହଯୋଗରେ ଇ-ବର୍ଜ୍ୟ ପରିଚାଳନା ସମ୍ପର୍କିତ ସଚେତନତା ଅଭିଯାନ ସଫଳ ହୋଇଛି । ସାଧାରଣ ଲୋକମାନେ ଏହି ମହତ ଉଦ୍ଦେଶ୍ୟରେ ଉତ୍ସାହର ସହ ସାମିଲ ହୋଇଥିଲେ ଓ ତାହାକୁ ପ୍ରଶଂସା କରିଥିଲେ । ଏଭଳି ଅଭିଯାନ ହେଉଛି ସମୟର ଆହ୍ୱାନ ।’’

Leave A Reply

Your email address will not be published.