ବରଗଡ :- ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜୁ ଜବତ ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ମାର୍ଗଦର୍ଶନ ରେ ଆଜି ପାଇକମାଳ ବ୍ଲକ ବିଜୁ ଜନତା ଦଳ ତରଫରୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଅବସ୍ଥିତ ବିନ୍ଧ୍ୟବାସିନି ଯାତ୍ରୀ ନିବାସ ପଡିଆ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୁବନେତା ଭୋଜରାଜ ସିଂ ବରିହା ଯୋଗଦାନ ଦେଇଥିବା ସହିତ ବିଜୁ ଜନତା ଦଳ ପାଇକମାଳ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ , ବିଜୁ ଯୁବ ଜନତାଦଳ ପାଇକମାଳ ବ୍ଲକ ସଭାପତି ଗୌତମ ସିଂ , ପଦ୍ମପୁର ପୌରାଞ୍ଚଳ ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ପଦ୍ମପୁର ପୌରାଞ୍ଚଳ ସଭାପତି ପ୍ରିତମ ମେହେର , ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଳ ବ୍ଲକ ଜୋନ ନଂ ୩ ଜିଲ୍ଲାପରିଷଦ ସଭ୍ୟା ବାସନ୍ତୀ ବାଲମ , ପାଇକମାଳ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା ସମ୍ମାନିତ ଅତିଥି ଭାବରେ ଯୋଗଦାନ ଦେଇଥିଲେ । ଦଳର ସମସ୍ତ ବରିଷ୍ଠ କର୍ମୀ ଙ୍କ ଉପସ୍ଥିତି ରେ ସମସ୍ତ ପଞ୍ଚାୟତ ର ନବ ନିର୍ବାଚିତ ସମିତି ସଭ୍ୟ/ସଭ୍ୟା ଓ ନବ ନିର୍ବାଚିତ ସରପଞ୍ଚ ମାନଙ୍କୁ ଓ ଗତ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ଜୟଯୁକ୍ତ କରାଇବା ପାଇଁ କଠୋର ପରିଶ୍ରମ କରିଥିବା କର୍ମୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯଇଥିଲା । ଏହି ଅବସରରେ ଯୁବନେତା ଶ୍ରୀ ବାରିହା ,ଆଗାମୀ ଦିନରେ ନିର୍ବାଚିତ ପ୍ରତିନିଧି ମାନେ ଜନସାଧାରଣ ଙ୍କର ହିତ କୁ ଅଗ୍ରାଧିକାର ଦେଇ ସରକାରଙ୍କ ସମସ୍ତ ଯୋଜନା ର ସୁଫଳ କେମିତି ତୃଣମୂଳ ସ୍ତର ର ଲୋକେ ପାଇ ଉପକୃତ ହେବେ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ କରିବା ପାଇଁ ପ୍ରୟାସ କରିବା ପାଇଁ କହଥିଲେ । ଶେଷରେ ପାଇକମାଲ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବାରିହା ଧନ୍ୟବାଦ ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.