ସୁବର୍ଣ୍ଣ ପୁର(ପ୍ରକାଶ ହାତୀ)ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଲା ସୁଳାଇ ପ୍ରଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମିକ ବିଦ୍ୟାଳୟ ର ଚେୟାର ପାର୍ଶନ ପୁରୋତ୍ତମ ପଧାନ ସଭାପତିତ୍ୱ କରିଥିବା ବେଳେ ସାଧନା କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ମେଲା କୁ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଅନୁପ ଗଡ଼ନାୟକ କାର୍ଯ୍ୟକ୍ରମ କୁ ସ୍ୱାଗତ କରିବାସହ ଆଭିମୁଖ୍ୟ ପ୍ରଦାନ କରିଥିଲେ। ଉକ୍ତ ମେଳାର ମୁଖ୍ୟ ଅତିଥି ଭାବରେ ରାମପୁର ଜିଲ୍ଲା ପରିଷଦ ଗଣେଷ ଭାଇ,ସମ୍ମାନିତ ଅତିଥି ଭାବରେ ୱାର୍ଡମେମ୍ବର ଦୁତିଆ ଦାସ ଯୋଗଦେଇଥିଲେ।ମୁଖ୍ୟ ଵକ୍ତା ଭାବରେ ଅଵସର ପ୍ରଧାନ ଶିକ୍ଷକ ଦେବରାଜ ପଣ୍ଡା ଯୋଗ ଦେଇ ମେଲା କୁ ଉଦଘାଟନ କରି ବୁଲି ଦେଖିଥିବା ସହ ଛାତ୍ରଛାତ୍ରୀଙ୍କ ସୁଜନଶୀଳତା ତଥା ପଠନ ଲିଖନ ଦକ୍ଷତା ବଢାଇ ବାରେ ଶିକ୍ଷକ ମାନଙ୍କ ଉଦ୍ୟମ କୁ ପ୍ରଶଂସା କରି ଶୈକ୍ଷିକ ଉପକରଣ ଶିକ୍ଷା ଦାନ କୁ ଜୀବନ୍ତ କରିଥାଏ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ପ୍ରଥମ ସ୍ଥାନରେ ଧାତୁକି ପାଲିର ପ୍ରଥମିକ ବିଦ୍ୟାଳୟ ର ସୁହାନ ପଧାନ,ଦ୍ଵିତୀୟ ସ୍ଥାନରେ ଗଜବନ୍ଧ ଉଚ୍ଚପ୍ରଥମିକ ବିଦ୍ୟାଳୟର ଦିବ୍ୟାସିନୀ ଭୋଇ, ଓ ତୃତୀୟ ସ୍ଥାନରେ ଅଙ୍କିତ ବିଶ୍ବାଳଙ୍କୁ ଶିକ୍ଷଣ ଉପକରଣ ଗୁଡିକବ୍ଲକ ପ୍ରଦଶନୀ ରେ ଭାଗ ନେବା ନିମନ୍ତେ ଚୟନ କରି ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରଯାଇଥିଲା।କ୍ଳଷ୍ଟର ୯ଟି ବିଦ୍ୟାଳୟ ରୁ ୧୮ଜଣ ଛାତ୍ରଛାତ୍ରୀ ଓ୧୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲ ।ଓ ସମସ୍ତ ପ୍ରତିଯୋଗିତାଙ୍କୁ ଶାନ୍ତ୍ବନା ମୂଳକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଆଖପାଖ ଗ୍ରାମର ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ମେଳକୁ ପ୍ରଦର୍ଶନ କରିଥିଲେ। ମାନବୀ ବାଗ,ଗୋକୁଳାନନ୍ଦ ସାହୁ,ରଘୁନାଥ ବାଗ,ହାରଧନ ରଣା,ନନ୍ଦିନୀ ମେହେର, ମାନସୀ ନାକ,ସୂର୍ଯ୍ୟଭାନୁ ରାଉତ,ତୁଳସୀରାମ ଭୋଇ ,କୁଶ ପୁଟେଲ,ଅକାଶ ସାହୁ,ରିଙ୍କି ଖମାରି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.