ସାମ୍ବାଦିକ ସଂଘ ପକ୍ଷରୁ ନଗରପାଲଙ୍କୁ ସମ୍ବର୍ଦ୍ଧନା

0

ଜୁନାଗଡ଼(ଆଦିତ୍ୟ ମହାନ୍ତି) : ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ନବନିର୍ବାଚିତ  ନଗରପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ସଂଘର କର୍ମକର୍ତ୍ତାମାନେ ଏନଏସି କାର୍ଯ୍ୟାଳୟଠାରେ ଉପସ୍ଥିତ ହୋଇ ନଗରପାଳ ମୁକେଶ ଅଗ୍ରୱାଲ ଙ୍କୁ ଉପଢୌକନ  ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନକରିଥିଲେ।ଏଥିସହ ସହରର ବିକାଶ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।ସାମ୍ବାଦିକ ଭବନ ଯୋଗାଇ ଦେବା ପାଇଁ ଏକ ଦାବିପତ୍ର ଦିଆଯାଇଥିଲା।ଏହିକାର୍ଯ୍ୟ କ୍ରମରେ ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ପଣ୍ଡା, ସନ୍ତୋଷ ସିଂହଦେଓ, ନରେନ୍ଦ୍ର ଖିତି, ହିମାଂଶୁ ବରାଡ଼,ରବି ସୁନାନୀ, ଆଦିତ୍ୟ ମହାନ୍ତି, ପ୍ରବୀଣ ପଟ୍ଟନାୟକ, ଉତ୍ତମ ଦାସ ,ବିଭୁପ୍ରସାଦ ପାଢ଼ୀ, ସୁନ୍ଦର ମୋହନ ଛାତ୍ରୀଆ, କୁମରମଣି ଦୁର୍ଗା, ରଜନୀ ମିଶ୍ର,ଖଗେସ୍ୱର ଧଙ୍ଗଡା ମାଝୀ,ରାକେଶ ବେମାଲ,ପ୍ରମୁଖ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.