ଭଞ୍ଜନଗର /ନିଲୁ ବିଶୋୟୀ: ଭଞ୍ଜନଗର ବାର ଆସୋସିଏସନ ପାଇଁ ନିର୍ବାଚନ ଗତ 26 ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ଆଇନଜୀବୀ ସନ୍ତୋଷ କୁମାର ନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ,ଅମରେଶ କୁମାର ମହାପାତ୍ର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ଧୀରେନ କୁମାର ସ୍ବାଇଁ ଏବଂ ଯୁଗ୍ମ ସମ୍ପାଦକ ଭାବେ ଚନ୍ଦ୍ରମଣୀ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କୋଷାଧ୍ୟକ୍ଷ ଭାବେ ଗିରିଜା ଶଙ୍କର ଭୂୟାଁ କାର୍ଯ୍ୟକାରୀ ସଦସ୍ୟ ଭାବେ ନିରାକାର ସାହୁ, ଅରୁଣ କୁମାର ପ୍ରଧାନ, ଓ ସ୍ନିଗ୍ଧା ଦାଶ, ଅପ୍ରତିଦ୍ବନ୍ଦୀ ରହିଥିଲେ । ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ରମେଶ ଚନ୍ଦ୍ର ପଣ୍ଡା,ଲଡୁ କିଶୋର ଆଲଟିଆ,ତ୍ରିନାଥ ମଲ୍ଲିକ୍,ବିମ୍ବାଧର ଷଢଙ୍ଗୀ ଏବଂ ଅଭାଗିନୀ ବିଷୋୟୀ ନିର୍ବାଚନ ପରିଚାଳନା କରିଥିଲେ।
ଓକିଲ ସଂଘ ର ବିଧି ବ୍ୟବସ୍ଥା ଅନୁଯାଇ ଆଜି ୫ଏପ୍ରିଲ 2022 ରେ ଭଞ୍ଜନଗର କୋର୍ଟ ପରିସର ରେ ଥିବା ଲାଇବ୍ରେରି ହଲ ଠାରେ ଶପଥ ପାଠ ସମାରୋହରେ ଅନୁଷ୍ଠିତ ହୋଇଥିଲା।ନିର୍ବାଚନ ଅଧିକାରୀ ଆଇନଜୀବୀ ରମେଶ ଚନ୍ଦ୍ର ପଣ୍ଡା ନୂତନ ନିର୍ବାଚିତ ଓକିଲ ମାନଙ୍କୁ ଓକିଲ ସଂଘ ର ନିତ ଆଦର୍ଶ ସମ୍ବନ୍ଧିୟ ଶପଥପାଠ କରେଇଥିଲେ।ଏହା ପରେ ଓକିଲ ସଂଘ ର ନୂତନ କର୍ମକର୍ତ୍ତା ମାନେ କୋର୍ଟ ର ମାନ୍ୟବର ବିଚାରପତି ମାନଙ୍କୁ ଭେଟି ଥିଲେ ଓ ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ଙ୍କୁ ମଧ୍ୟ ଭେଟି ଥିଲେ।
Sign in
Sign in
Recover your password.
A password will be e-mailed to you.