ଚିଲିଗୁଡ଼ାରେ ଚୈତ୍ର ପର୍ବ ପାଳିତ

0

ଜୁନାଗଡ ( ଆଦିତ୍ୟ ମହାନ୍ତି ): ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଆଜି ମା ଠାକୁରାଣୀ ଦେବୀଙ୍କ ଚୈତ୍ର ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି ।ଆଜି ସର୍ବ ପ୍ରଥମେ ଗ୍ରାମର ଗୋନ୍ତିଆ ଙ୍କ ଘରୁ ଘଟ ଯାତ୍ରା ବାହାରି ଗଣା ଘରକୁ ଆସିଥାନ୍ତି ।ଗଣା ଘରେ ଘଟ ଯାତ୍ରାର ପୂଜାର୍ଚ୍ଚନା ପରେ ଘଟ ଯାତ୍ରା ଆରମ୍ଭ ହୋଇଥାଏ ।ଏହା ପରେ ଗ୍ରାମର ସମସ୍ତଙ୍କ ଘରଜୁ ଘର ବୁଲି ନଗର ପରିକ୍ରମା କରି ମଠାକୁରାଣୀ ଙ୍କ ଘଟ ପୂଜା ପାଇଥାନ୍ତି ।ଗ୍ରାମର ପୁଝ।ରି ଏହି ଦିନରେ ସମସ୍ତ ଦେବା ଦେବୀଙ୍କୁ ପୂଜା କରିଥାନ୍ତି ।ଘଟ ଯାତ୍ରା ଶେଷ ପରେ ସନ୍ଧ୍ୟାରେ ମ।ଠାକୁରାଣୀ ଘଟ ମନ୍ଦିରକୁ ଯାଇ ଥାଏ ।ସେଠାରେ ମାନସିକ କରି ଥିବା ଲୋକେ କୁକୁଡ଼ା ,ପାରା ,ଗଡର। କୁ ବଳି ଦେଇଥାନ୍ତି ।ଘଟ ଯାତ୍ରା ସମୟରେ ଗ୍ରାମର ଗୋନ୍ତିଆ , ପୁଝ।ରି ,ଗଣା ଏବଂ ଜନସାଧାରଣ ସାମିଲ ହୋଇ ଥାନ୍ତି ।

Leave A Reply

Your email address will not be published.