ଜଗତସିଂପୁର/ ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ,ଜଗତସିଂହପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତି ଓ.ପି.ଡି, ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଵିଶ୍ୱ ଯକ୍ଷ୍ମାଦିବସ ପାଳତ ହୋଇଯାଇଅଛି। ଏହି ଦିବସରେ ଅଧ୍ୟଯତା କରି ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା .କ୍ଷେତ୍ରବାସୀ ଦାସ କହିଲେ ବିଶ୍ୱ ଯକ୍ଷ୍ମାଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଟି.ବି କୁ ସମାଜରୁ ଦୂରେଇଵା ଓ ଲୋକଙ୍କୁ ଟି.ଵି ମୁକ୍ତ କରାଇବା । ନିଜ ନିଜ କର୍ମ ପରିସରରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ,ସି.ଏଚ.ସି,ପି.ଏଚ.ସି , ସ୍ଵେଚ୍ଛାସେବୀ ସଂଗଠନ ମାଧ୍ୟମରେ ସମସ୍ତେ ଯତ୍ନବାନ ହେଵା। ୧୮୮୨ ମସିହା ଆଜିର ଦିନରେ ମହାନାୟକ ଡାକ୍ତର ରବର୍ଟ କକ ଜର୍ମାନୀର ବିଶିଷ୍ଟ ବୈଜ୍ଞାନିକ ଓ ଦାର୍ଶନିକ ଯକ୍ଷ୍ମା ଜୀଵାଣୁର ଆଵିଷ୍କାର କରିଥିଲେ। ତାଙ୍କୁ ଓ ଏହି ଦିନଟିକୁ ମନେପକେଇଵା ପାଇଁ ୧୯୯୫ ମସିହା ଠାରୁ ସାରା ଵିଶ୍ୱ ପ୍ରତି ବର୍ଷ ମାର୍ଚ୍ଚ ୨୪ ତାରିଖକୁ ଵିଶ୍ୱ ଯକ୍ଷ୍ମା ଦିଵସ ରୁପେ ପାଳନ କରିଆସୁଛି।ସେହିପରି ଆମ ଦେଶରେ ୧୯୯୭ ମସିହା ଠାରୁ ପାଳନ କରାଯାଇଛି। ଏ ବର୍ଷ ର ବାର୍ତ୍ତା ହେଉଛି ଯକ୍ଷ୍ମା ରୋଗର ନିରାକରଣ ପାଇଁ ସହଯୋଗ କରନ୍ତୁ । ଅମୁଲ୍ୟ ଜୀବନକୁ ରକ୍ଷା କରନ୍ତୁ । ଏହାର ଉଦେଶ୍ୟ ହେଉଛି ଯେହେତୁ ଯକ୍ଷ୍ମା ରୋଗ ଏବେ ଵିଶ୍ୱ ମହାମାରୀ ରୁପେ ବିବେଚନା କରାଯାଇଛି ।ତେଣୁ ଏହି ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ସହିତ ଯକ୍ଷ୍ମା ନିରାକରଣ ପାଇଁ ସମ୍ମିଳିତ ଉଦ୍ୟମ କରିଵା। ଏହି ଦିବସରେ ଯୋଗ ଦେଇ ଡି.ପି.ସି, ଜିଲ୍ଲା ଯକ୍ଷ୍ମା ନିରାକରଣ କାଯ୍ୟକ୍ରମ ବିପିନ ବିହାରୀ ପାତ୍ର କହିଲେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଜଗତସିଂପୁର ଜିଲ୍ଲା କୁ ବ୍ରୋଞ୍ଜ ପଦକ ଓ ମାନପତ୍ର ମିଳିଛି।କେନ୍ଦ୍ର ସରକାରଙ୍କ ନୁଆ ନିୟମ ଅନୁସାରେ ୨୦୧୫ ମସିହାରେ ଯେଉଁ ଜିଲ୍ଲା ରେ ଯେତିକି ସଂଖ୍ୟକ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବେ ତାହାର ପରବର୍ତ୍ତୀ ବର୍ଷ ଗୁଡ଼ିକରେ ଯଦି ଏଥିରେ ୨୦ ପ୍ରତିଶତ ହ୍ରାସ ଘଟେ ତାହେଲେ ସଂପୃକ୍ତ ଜିଲ୍ଲା କୁ ବ୍ରୋଞ୍ଜ ସାର୍ଟିଫିକେଟ ପ୍ରଦାନ କରାଯିବ।ପ୍ରତି ଦିନ ଵିଶ୍ୱ ରେ ୨୮୦୦୦ ଯକ୍ଷ୍ମା ରୋଗୀ ସଂକ୍ରମିତ ହେଉଥିବା ବେଳେ ୪୧୦୦ ମୃତୁ ବରଣ କରୁଛନ୍ତି।ଜାତୀୟ ସ୍ବାସ୍ଥ୍ୟ ମିଶନ ର ଡି.ପି.ଏମ୍ ଚକ୍ରଧର ଜେନା ଯୋଗଦେଇ କହିଲେ ବିଗତ ଦଶଦ୍ଧିରେ ଯକ୍ଷ୍ମା ନିରାକରଣ ପାଇଁ ଅନେକ କାଯ୍ୟ ହୋଇଛି। ଯକ୍ଷ୍ମା ରୋଗର ଚଞ୍ଚଳ ଚିହ୍ନଟ ହେବା ଓ ଚିକତ୍ସା ଆରମ୍ଭ କଲେ ଏହା ଆରୋଗ୍ୟ ସାଧ୍ୟ। ଯକ୍ଷ୍ମା ଏକ ମାରାତ୍ମକ ରୋଗ ।ଯକ୍ଷ୍ମା ରୋଗ ପାଇଁ ସରକାରଙ୍କ ପକ୍ଷରୁ ମାଗଣା ଔଷଧ ଯୋଗାଇ ଦିଆଯାଇଅଛି। ମାଇକୋ ବ୍ୟାକ୍ଟେରିୟମ୍ ଟ୍ୟୁବରୋକୁଲୋସିସ୍ ଦ୍ଵାର ଯକ୍ଷ୍ମା ରୋଗ ହୁଏ।ଏହା ଫୁସଫୁସ କୁ ସଂକ୍ରମଣ କରେ।କେନ୍ଦ୍ର ସରକାର ଭାରତକୁ ୨୦୨୫ ମସିହା ସୁଦ୍ଧା ଟି.ଵି ମୁକ୍ତ କରିବାକୁ ପ୍ରୟାସ ଜାରୀ ରଖିଛନ୍ତି।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକୟଯୋଗ ଦେଇ ଟି. ଵି ରୋଗର ଲକ୍ଷଣ ଓ ନିରାକରଣ ନିମନ୍ତେ ଅଧିକ ସଚେତନତା ର ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ।ଜିଲ୍ଲା ରେ କାଯ୍ୟ କରୁଥିବା ଟି. ଵି ଚମ୍ପିୟନ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମ୍ବନ୍ଧିତ କରିଥିଲେ। ଶେଷରେ ଦେପୁଟୀ ମ୍ୟାନେଜର ,ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଧନ୍ୟଵାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ,ସ୍ବେଚ୍ଛାସେଵୀ ସଂଗଠନ ର କର୍ମକର୍ତ୍ତା ଗଣମାଧ୍ୟମ ପ୍ରତିନିଧି ର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post