ବରଗଡ :- ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖର୍ସଲ ଗ୍ରାମରେ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । ଏହି ଅବସରରେ ଲଢୁଆ ବିର ସହିଦ ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରି ନିଜକୁ ସୌଭାଗ୍ୟବାନ ମନେ କରୁଛି ବୋଲି କହିବା ସହିତ ବିର ସହିଦ ଙ୍କର ନବନିର୍ମିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଗଣ୍ଡ ସମାଜ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝରର ପୂର୍ବତନ ବିଧାୟକ ପ୍ରାଣ ବଲ୍ଲଭ ନାଏକ,ସମାଜର ଜିଲ୍ଲା ସଭାପତି ଲକ୍ଷ୍ମୀ ନାରାୟଣ ସିଂହ, ସମାଜର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ୧୮୫୭ ମସିହା ମୁକ୍ତି ବିପ୍ଲବରେ ସମ୍ବଲପୁର ଉଲ୍ଗୁଲାନର ଅନ୍ୟତମ ମହାରଥୀ ହେଉଛନ୍ତି ଖର୍ସଲ୍ର ଜମିଦାର ଶହୀଦ ଦିଆଲ ସିଂ ସରଦାର । ବିଭିନ୍ନ ପ୍ରକାର ଅବରୋଧ ମାଧ୍ୟମରେ ଇଂରେଜ ପ୍ରଶାସନକୁ ପଂଗୁ କରିଦେଇ ଏହି ଅଞ୍ଚଳରୁ ବିତାଡ଼ିତ କରିବା ନିମନ୍ତେ ବୀର ସୁରେନ୍ଦ୍ର ସାଏ ଓ ମାଧୋ ସିଂହଙ୍କ ଭଳି ବିପ୍ଲବୀମାନେ ପ୍ରସ୍ତୁତ କରିଥିବା ମିଳିତ ରଣନୀତିର ଜଣେ ପ୍ରମୁଖ ଅଂଶୀଦାର ଥିଲେ ଖର୍ସଲ ଜମିଦାର ସରଦାର ଦିଆଲ୍ ସିଂ । ଦ୍ବାରୀ ଘାଟୀ ଏବଂ ଦିଆଲ୍ ଖୋଲ୍ ପ୍ରଭୃତି ସ୍ଥାନରେ ଇଂରେଜ ସୈନ୍ୟମାନଙ୍କ ସହିତ ତାଂକର ସଂଘର୍ଷ ଘଟିଥିଲା । ସମ୍ବଲପୁରର ଡେପୁଟୀ କମିଶନର କର୍ଣ୍ଣେଲ ଫର୍ଷ୍ଟରଙ୍କ କଠୋର ଦମନ ଲୀଳାର ଶୀକାର ହୋଇଥିଲେ ସେ । କୁହାଯାଏ ସୁକୁଡ଼ା – କେଶେଇପାଲି ରାସ୍ତାରେ ଥିବା ଏକ ପିପଲ ଗଛରେ ତାଂକୁ ଇଂରେଜ ମାନେ ହତ୍ୟା କରି ଝୁଲାଇ ଦେଇଥିଲେ । ତ୍ୟାଗ ଓ ବଳିଦାନର ଏହି ପବିତ୍ର ଅଂଚଳକୁ ନେଇ ମୁଁ ଗର୍ବ ଅନୁଭବ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post