ଡ. କୃଷ୍ଣକେଶବ ଷଢଙ୍ଗୀଙ୍କୁ  ଗଂଗାଧର ସମ୍ମାନ

0

06-08-18-kru.jpg - 59.43 kB

ପଦ୍ମପୁର/Nila Deep  –  ମେହେର କବି ସ୍ମୃତି  ପରିଷଦର ଜରୁରୀ ବୈଠକ ରାଜବୋଡ଼ାସମ୍ବର ହାଇସ୍କୁଲ ସମ୍ମିଳନୀ କକ୍ଷରେ ସଭାପତି ଡ. ପ୍ରମୋଦ କୁମାର ପାଢୀଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ସୃତି ପରିଷଦ ସଂପାଦକ  ଶେଷଦେବ ମେହେର ଗତବର୍ଷ ଗଂଗାଧର ଜୟନ୍ତି ପାଳନର ଆୟ ବ୍ୟୟ ଖର୍ଚ୍ଚ ଉପସ୍ଥାପନା କରିଥିଲେ । ଚଳିତ ବର୍ଷହେବାକୁ ଥିବା ଗଂଗାଧର ଜୟନ୍ତୀକୁ ମହା ସମାରୋହରେ ପାଳନ କରିବା ପାଇଁ ପ୍ରସ୍ତୁତି ସମ୍ପର୍କୀତ ଆଲୋଚନା କରିଥିଲେ । ଚଳିତ ବର୍ଷର ଓଡିଶାର ଲବ୍ଧ ପ୍ରତିଷ୍ଠା  ବାଗ୍ମୀ, ସଂସ୍କୃତଜ୍ଞ ତଥା ଗଂଗାଧର ସାହିତ୍ୟର ବିଶିଷ୍ଟ  ଆଲୋଚକ ଡ. କୃଷ୍ଣ କେଶବ ଷଢଙ୍ଗୀଙ୍କୁ ସମ୍ମାନ ଜନକ ଗଂଗାଧର ସମ୍ମାନରେ ଭୂଷିତ କରିବା ପାଇଁ ନିସ୍ପତି ନିଆଯାଇଥିଲା । ଜୟନ୍ତୀ ଅବସରରେ ପୂର୍ବ ବର୍ଷ  ଭଳି ଶୋଭାଯାତ୍ରା. ପ୍ରତିଯୋଗିତା ଏବଂ ସନ୍ଧ୍ୟାରେ ଜୟନ୍ତୀ ସଭାର ଆୟୋଜନ ପାଇଁ ଦାୟିତ୍ୱ ବଣ୍ଟନ କରାଜାଇଥିଲା । ବୈଠକରେ ପ୍ରଫେସର କେଶର ରଂଜନ ପ୍ରଧାନ, ମନୋଜ କୁମାର ପଣ୍ଡା, ରାମଚନ୍ଦ୍ର ମେହେର, ଅଶୋକ କୁମାର ବହିଦାର, ଚୂଳ ସୁନ୍ଦର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ  କରୁଣାକର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।    

Leave A Reply

Your email address will not be published.