ମହୁଲପାଲି ରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

0

 

ପଦ୍ମପୁର-(ନୀଳ ଦୀପ)-ମହୁଲପାଲି ଯୁବା ସମାଜ ଦ୍ୱାରା ଆୟୋଜିତ ମାଗଣା ଶ୍ୱାସ୍ଥ୍ୟ ସେବା ଶିବିର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି  ଭୂବନେଶ୍ୱର ସେଠଙ୍କ ଦ୍ୱାରା ଉଦ୍ଧଘାଟିତ ହୋଇ ଯାଇଅଛି । ଉକ୍ତ ଶ୍ୱାସ୍ଥ୍ୟ ସେବା ଶିବିରରେ ମହୁଲପାଲି ଅଂଚଳର ଶତାଧିକ ବ୍ୟକ୍ତି ନିଜ ନିଜର ଶ୍ୱାସ୍ଥ୍ୟ ପରିକ୍ଷା କରାଇଥିଲେ । ଶିବିରରେ ବୁର୍ଲା ଭିମସାରର ଯୁବ ଡାକ୍ତର  ଶଙ୍କର  ରାମଚନ୍ଦାନୀ ଏବଂ ଡା. ଶିଖା ରାମଚନ୍ଦାନୀ,ଙ୍କ ସହ ପଦ୍ମପୁର ର ଅମିୟ କୁମାର ପୂରୋହୀତ, ଯୁଧିଷ୍ଟିର ସାହୁ, ଅକ୍ଷୟ ସାହୁ ପ୍ରମୁଖ ଯୋଗ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ  ପରିକ୍ଷା କରିଥିଲେ । ମହୁଲପାଲି ଯୁବ ସମାଜ ତରଫରୁ ଚୁଡାମଣି ସାହୁ, ସୁନିଲ ବେହେରା, ଝସକେତନ ସେଠ, ନିଲାମ୍ବର ସାହୁ, ମାଧବ ସାହୁ, ସୁରେଶ ସାହୁ, ସନମ ସାହୁ, ଉମା ସାହୁ, ଫୁଲବାବୁ ରଣା, ସୁଶାନ୍ତ ସେଠ, ବିରେନ୍ଦ୍ର ସୁନା ଏବଂ ବଲ୍ଲଭ ସାହୁ ପ୍ରମୁଖ ଆୟୋଜନରେ ସହଯୋଗ  କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । 

Leave A Reply

Your email address will not be published.