ଶରଦ କୁମାର ଶ୍ରୀବାସ୍ତବ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ |

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ ଭାବେ 1986 ବ୍ୟାଚ୍ ର ଇଣ୍ଡିଆନ୍ ରେଲୱେ ସର୍ଭିସ୍ ଅଫ୍ ସିଗନାଲ୍ ଇଞ୍ଜିନିୟର୍ (ଭାରତୀୟ ରେଳବାଇ ସାଙ୍କେତିକ ଯନ୍ତ୍ରୀ ସେବା) ଅଧିକାରୀ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି |
ଏହି ଯୋଗଦାନ ପୂର୍ବରୁ ଶ୍ରୀ ଶ୍ରୀବାସ୍ତବ କୋଲକାତାର ମେଟ୍ରୋ ରେଲୱେରେ ପ୍ରିନ୍ସିପାଲ୍ ଚିଫ୍ ସିଗ୍ନାଲ୍ ଆଣ୍ଡ ଟେଲିକମ୍ ଇଞ୍ଜିନିୟର (ପ୍ରମୁଖ ସାଙ୍କେତିକ ଓ ଟେଲିକମ ଯନ୍ତ୍ରୀ) ଭାବରେ କାର୍ଯ୍ୟ କରୁଥିଲେ | ସେ ଦକ୍ଷିଣ ପୂର୍ବ ରେଳପଥ ଆଦ୍ରI ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରି ଉଚ୍ଚ ପ୍ରସଂଶିତ ହୋଇଛନ୍ତି |
ଗୋରଖପୁରର ମଦନ ମୋହନ ମାଲଭିୟା ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନରେ ଇଞ୍ଜିନିୟରିଂ ସ୍ନାତକ ହାସଲ କରିବା ପରେ ଶ୍ରୀ ଶ୍ରୀବାସ୍ତବ 1988 ମସିହାରେ ଭାରତୀୟ ରେଳବାଇରେ ଯୋଗଦାନ କରିଥିଲେ | ରେଳବାଇ ସାଙ୍କେତିକ ଏବଂ ଟେଲି ଯୋଗାଯୋଗ କ୍ଷେତ୍ରର ରକ୍ଷଣାବେକ୍ଷଣ ଏବଂ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ସେ ଉଭୟ ରେଳମଣ୍ଡଳ ଏବଂ ଜୋନାଲ ମୁଖ୍ୟାଳୟ ଠାରେ ବିଭିନ୍ନ ପଦପଦବୀରେ ଦକ୍ଷତାର ସହିତ କାର୍ଯ୍ୟ କରିବା ସହିତ କାର୍ଯ୍ୟ କ୍ଷେତ୍ରରେ ପ୍ରସଂଶିତ ହୋଇଛନ୍ତି |
ଶ୍ରୀ ଶ୍ରୀବାସ୍ତବଙ୍କର ଭାରତୀୟ ରେଳବାଇ ସାଙ୍କେତିକ ଓ ଦୂରସଂଚାର ସେବା ସମ୍ବନ୍ଧରେ ପ୍ରଗାଢ ଜ୍ଞାନ ଓ ଅନୁଭବ ଅଛି | ସେ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା ରିସର୍ଚ୍ଚ ଡିଜାଇନ୍ ଏବଂ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (RDSO) ରେ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାବେଳେ କୋଲକାତାର ରେଲଟେଲ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ରେ ଜେନେରାଲ୍ ମ୍ୟାନେଜର / ଅପରେସନ୍ ଭାବରେ କାର୍ଯ୍ୟ କରି ନେଟୱାର୍କ ଉତ୍ସଗୁଡ଼ିକର ଅପ୍ଟିମାଇଜେସନ୍ ରେ ଭାରତୀୟ ରେଳବାଇ ପାଇଁ ଉଲ୍ଲେଖନୀୟ ଅବଦାନ କରିଛନ୍ତି ଯାହା ଫଳରେ ଟ୍ରେନ ଚଳାଚଳ କ୍ଷେତ୍ରରେ ସମୟାନୁବର୍ତ୍ତିତା, ରେଳବାଇ ଭିତ୍ତିଭୂମିର ଯୋଜନାର ସଫଳ ରୂପାୟନ ହୋଇପାରିଛି |
ପ୍ରତ୍ୟକ କାର୍ଯ୍ୟକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଶ୍ରୀ ଶ୍ରୀବାସ୍ତବ କାର୍ଯ୍ୟ ଲକ୍ଷ ପୁରାଣ କରିବାରେ ଭାରତୀୟ ରେଳବାଇର କାର୍ଯ୍ୟଧାରାକୁ ଆଗକୁ ବଢ଼େଇ ନେବାପାଇଁ ସର୍ବଦା ପ୍ରୟାସ ରଖିଥାନ୍ତି | ସେ ତାଙ୍କ କ୍ୟାରିଅର୍ ସମୟରେ INSEAD / ସିଙ୍ଗାପୁର, ICLIF / ମାଲେସିଆ ଏବଂ SDA BOCCONI / ଇଟାଲୀରୁ ମ୍ୟାନେଜର୍ ଏବଂ ଲିଡରସିପ୍ ସମ୍ବନ୍ଧରେ ତାଲିମ ଗ୍ରହଣ କରି ଭାରତୀୟ ରେଳବାଇର ଏହାର ସଫଳ ଉପଯୋଗ କରିପାରିଛନ୍ତି | ଶ୍ରୀ ଶ୍ରୀବାସ୍ତବ ସିଗନାଲିଂ ଏବଂ ଟେଲିକମ୍ୟୁନିକେସନ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ଏବଂ ବିକଶିତ ହୋଇଥିବା ସାଙ୍କେତିକ ପ୍ରଣାଳୀରେ ଟ୍ରେନ ଯାତାୟାତ ନିୟନ୍ତ୍ରଣ (ସିବିଟିସି) ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ସମନ୍ୱୟ ରକ୍ଷା କରିବା ସହିତ ଯୋଜନା ଏବଂ ଉନ୍ନତି ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଅଛନ୍ତି |

Leave A Reply

Your email address will not be published.