ଭୁବନେଶ୍ୱର: ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀରାମଚନ୍ଦ୍ର ପ୍ରସାଦ ସିଂଙ୍କ ସମେତ ଏକ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଖି ସେ ନିଜର ଖୁସି ଅଭିବ୍ୟକ୍ତ କରି କହିଥିଲେ ଯେ ଆଜିର ପ୍ରତିଯୋଗିତା ବହୁଳ ଦୁନିଆରେ ଶିଳ୍ପ ସମ୍ବନ୍ଧୀୟ କୌଶଳ ଥିବା କୁଶଳୀ କର୍ମଜୀବୀଙ୍କର ଆବଶ୍ୟକତା ରହିଛି।ଏହା ଆଇଟିଆଇଏବଂ ପଲିଟେକ୍ନି ଛାତ୍ରଛାତ୍ରୀଙ୍କ ସମସ୍ତ କୌଶଳ ଆବଶ୍ୟକତା ପୂରଣ କରି ସେମାନଙ୍କୁ କୁଶଳୀ କରିବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ସିଂ ପରିପ୍ରକାଶ କରିଥିଲେ ।
ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିବା ପରେ ରାଷ୍ଟ୍ରୀୟ ଖଣିଜ ନିଗମର ସିଏମ୍ଡି ଶ୍ରୀ ସୁମିତ ଦେବ କହିଥିଲେ ଯେ ଯୁବପିଢିଙ୍କ ଦକ୍ଷତା ବିକାଶ ଆବଶ୍ୟକତାକୁ ପୂରଣ କରିବା ସହ ସ୍କିଲିଂ ଇକୋସିଷ୍ଟମର ଚେହେରାକୁ ବଦଳାଇବା ପାଇଁ ଓଡିଶା ସରକାର ଯେଉଁ ଅନୁଭୂତିଶୀଳ ଶିକ୍ଷଣ ପରିବେଶ ସୃଷ୍ଟି କରିଛନ୍ତି ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ। ଶ୍ରେଷ୍ଠ ଆଇଟିଆଇ ଏବଂ ପଲିଟେକ୍ନି ଛାତ୍ର ଛାତ୍ରୀଙ୍କମାନଙ୍କ ପାଇଁ ଏହି କେନ୍ଦ୍ର ଏକ ଫିନିସିଂ ସ୍କୁଲ୍ ଭାବେ କାର୍ଯ୍ୟ କରିବା ସହିତ ଆଇଟିଆଇ ଏବଂ ପଲିଟେକ୍ନିକ ଶିକ୍ଷକ ମାନଙ୍କପାଇଁଏକ ପ୍ରମୁଖ କେନ୍ଦ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ବିଏମସି କମିଶନର ତଥା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ସିଇଓ ଶ୍ରୀ ସଞ୍ଜୟ କୁମାର ସିଂ କହିଥିଲେ |
ଅଠର ମହଲା କୋଠାର ପ୍ରତ୍ୟେକ ମହଲାଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପାଇଁ ଉତ୍ସର୍ଗୀକୃତ ଏବଂ 2021-22 ବର୍ଷ ପାଇଁ ଏୟାରକଣ୍ଡିସିନରଏବଂ ରେଫ୍ରିଜରେଜେସନ୍, ମେକାନିକାଲ, ଇଲେକ୍ଟ୍ରିକାଲ ସର୍ଭିସେସ୍ଏବଂ ମେକାଟ୍ରୋନିକ୍ସ ଭଳି ତିନୋଟି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି ବୋଲି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁଜି ପ୍ରତିନିଧି ଦଳଙ୍କୁ ସୂଚନାଦେଇଥିଲେ| ଶ୍ରୀସିଂ ଏବଂ ସହଯୋଗୀମାନେ ୱାର୍ଲ୍ଡସ୍କିଲ ସେଣ୍ଟରର ସମସ୍ତ ଲାବ୍ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post