ନୟାଗଡ଼ (ବିଶ୍ୱଜିତ ନାୟକ) – ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଦୁଇ ଜଣ ନୟାଗଡ଼ିଆ ସେଠାରେ ଫସି ରହିଥିବା ସେମାନଙ୍କ ପରିବାର ଜିଲ୍ଲା ପ୍ରଶାସନକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ଏହି ଦୁଇ ଜଣ ନୟାଗଡ଼ିଆ ସେଠାରେ ଡାକ୍ତରୀ ପାଠ ପଢ଼ୁଥିବା ଜଣାଯାଇଛି । କିବ୍ ସହରରେ ଶେଷ ବର୍ଷ ପାଠ ପଢ଼ୁଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପାଟୁଳିସାହି ଗ୍ରାମର ବ୍ରଜବନ୍ଧୁ ଜେନା ଏବଂ ମାଆ ମହାମାୟା ଜେନାଙ୍କ ପୁଅ ସୈାରେଜିତ୍ ଶ୍ରୀଚନ୍ଦନ ଏବଂ ତୃତୀୟ ବର୍ଷ ଡାକ୍ତରୀ ପଢ଼ୁଥିବା ନୟାଗଡ଼ ସଦରଥାନା ଅନ୍ତର୍ଗତ ନାଗମୁଣ୍ଡୁଳି ଗ୍ରାମର ରବିନ୍ଦ୍ର କୁମାର ପ୍ରଧାନ ଏବଂ ମାଆ ଯୋଗମାୟା ପ୍ରଧାନଙ୍କ ପୁଅ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ଫସି ରହିଥିବା ଅଭିଯୋଗ ହୋଇଛି । ଉଭୟେ ସମ୍ପର୍କରେ ମାଉସୀ ପୁଅ ଭାଇ ବୋଲି ଜଣାଯାଇଛି । ଆଜି ଉଭୟଙ୍କ ପରିବାର ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଦୁଇ ଛାତ୍ର ସେଠାରେ ଭୟାନକ ସ୍ଥିତିରେ ରହିଥିବା ଭିଡିଓ କଲ ଜରିଆରେ ସୂଚନା ଦେଇଛନ୍ତି । ଯୁଦ୍ଧର ସ୍ଥିତି ଲାଗି ରହିଥିବା ବେଳେ ସେମାନଙ୍କୁ ଏକ ବଙ୍କର ମଧ୍ୟକୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରି ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।
Sign in
Sign in
Recover your password.
A password will be e-mailed to you.