ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ମେଡ୍ ଇନ୍ ଇଣ୍ଡିଆ ଏୟାର କଣ୍ଡିସନ ଲୋକାର୍ପିତ

0 1

ସ୍ମାର୍ଟ ଆଇଓଟି କଂଟ୍ରୋଲ୍‌ ସହ ରହିଛି ୯୯.୯% ୟୁଭି ଭାଇରସ୍ ଷ୍ଟେରିଲାଇଜେସନ୍ ସୁବିଧା

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ପ୍ରମୁ୍‌ଖ ସଂସ୍ଥା ଗୋଦରେଜ୍ ଆଣ୍ଡ୍ ବୋଏସ୍‌ର କଂପାନି ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ପ୍ରିମିୟମ୍ ମାନର ଏୟାର କଣ୍ଡିସନର ଉନ୍ମୋଚନ କରାଯାଇଛି ଯେଉଁଥିରେ ଉନ୍ନତ ଶୀତଳତା, ବାୟୁ ବିଶୁଦ୍ଧନ ପ୍ରଯୁକ୍ତି, ଆଇଓଟି କଂଟ୍ରୋଲ୍ ଭଳି ସୁବିଧା ରହିଛି । ପ୍ରଯୁକ୍ତିକୁ ଭଲ ପାଉଥିବା ଗ୍ରାହକମାନଙ୍କ ପାଇଁ ଏହି ଏସିଗୁଡ଼ିକରେ ବହୁ ପ୍ରକାରର ସ୍ମାର୍ଟ କଂଟ୍ରୋଲ୍ ସୁବିଧା ରହିଛି । ୟୁଭିକୁଲ୍ ପ୍ରଯୁକ୍ତି, ନାନୋ କୋଟେଜ୍ ଆଂଟି ଭାଇରାଲ୍ ଫିଲ୍‌ଟରେସନ୍ ଓ ଆଇଓଟି ଜରିଆରେ ଗ୍ରାହକମାନେ ଆରାମ ଓ ସୁରକ୍ଷା ପାଇପାରିବେ ।
ଇଟଂରନେଟର ବହୁଳ ବ୍ୟବହାର ଓ ସ୍ମାର୍ଟ ଫୋନ୍ ବହୁ ମାତ୍ରାରେ ପହଂଚିବା ପରେ ଗ୍ରାହକମାନଙ୍କ ବ୍ୟବହାରରେ ପରିବର୍ତନ ଘଟିଛି । ଏହା ଦ୍ୱାରା ଡିଜିଟାଲ୍‌ର ଗ୍ରହଣୀୟତା ବଢ଼ିଛି ଯାହା ପ୍ରଯୁକ୍ତି କୈନ୍ଦ୍ରୀକ ଡିଭାଇସ୍‌ଗୁଡ଼ିକୁ ଲୋକମାନଙ୍କ ଅଧିକ ନିକଟତର କରିଛି । ଗ୍ରାହକଙ୍କ ଦ୍ୱାରା ସ୍ମାର୍ଟ ଏସିର ଗ୍ରହଣୀୟତା ବୃଦ୍ଧି ପାଇଥିବାରୁ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଗୋଦରେଜ୍ ଇଅନ୍ ଡି ସିରିଜ୍ ଏସିକୁ ଉନ୍ମୋଚନ କରାଯାଇଛି । ଏହି ସ୍ମାର୍ଟ ଏସିଗୁଡ଼ିକରେ ୱାଇ-ଫାଇ ସୁବିଧା ରହିଛି । ଏହା ବ୍ୟତୀତ ଆଲେକ୍ସା ଓ ଗୁଗୁଲ୍ ହୋମ୍ ମଧ୍ୟ ଏଥିରେ କାମ କରିବ । ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଜରିଆରେ ଗ୍ରାହକମାନେ ଏସିର ତାପମାତ୍ରା, ଫ୍ୟାନ୍‌ର ବେଗ, ମୋଡ୍ ସେଟିଂଗ, ସଡ୍ୟୁଲଡ୍ ଟାଇମ୍ ଆଦିକୁ ଯେକୌଣସି ସ୍ଥାନରେ ରହି ନିୟନ୍ତ୍ରଣ କରିପାରିବେ ।
ଏହି ଏସିଗୁଡ଼ିକରେ ଥିବା ସମ୍ପୂର୍ଣ୍ଣ ନୂଆ ୟୁଭିକୁଲ୍ ପ୍ରଯୁକ୍ତି ଘର ଭିତରେ ଥିବା ଆଧାର ପୃଷ୍ଠ ସମେତ ବାୟୁ, ଫ୍ୟାବ୍ରିକ୍‌, କାଠ, ଧାତବ ପଦାର୍ଥ ଆଦିରୁ ଜୀବାଣୁ ନାଶ କରିବ । ଏସି ଭିତରେ ଲଗାଯାଇଥିବା ୟୁଭି ମଡ୍ୟୁଲ୍ ୨୬୦-୨୭୫ ଏନ୍‌ଏମ୍‌ର ୟୁଭି ରଶ୍ମୀ ବିଛୁରିତ କରିବ । ତାହା ଘର ଭିତରେ ୯୯.୯୯% ଜୀବାଣୁ, ଭୂତାଣୁ, ଫଙ୍ଗସ୍ ଏବଂ ଅନ୍ୟାନ୍ୟ ବାୟୁବାହିତ ଜୀବାଣୁକୁ ନାଶ କରିବାକୁ ସକ୍ଷମ । ଏଥିରେ ଥିବା ନାନୋ କୋଟେଡ୍ ଆଂଟି-ଭାଇରାଲ୍ ଫିଲ୍‌ଟର ୯୯.୯% ଭାଇରାଲ୍ ଉପାଦାନକୁ ବାୟୁରୁ ବାହାର କରି ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବ ।
ପୁନଶ୍ଚ, ଏଥିରେ ହେଭି ଡ୍ୟୁଟି ରୋଟାଣି ଇନଭର୍ଟର କମ୍ପ୍ରେସର ଲଗାଯାଇଥିବା ବେଳେ ସେଥିରେ ଇଲେକ୍ଟ୍ରୋନିକ୍ ଏକ୍ସପାନ୍‌ସନ୍ ଭାଲ୍‌ଭ ଓ ସୁପରିୟର ଡିଜାଇନ୍ ରହିଛି ଯାହା ୫୨ ଡିଗ୍ରି ଭଳି ଉଚ୍ଚ ତାପମାତ୍ରାରେ ଥିବା ଘରରେ ମଧ୍ୟ ଶୀଘ୍ର ଶୀତଳତା ପ୍ରଦାନ କରିବ । ଏହି ଏସିଗୁଡ଼ିକରେ ଆର୍‌୨୯୦ ଓ ଆର୍‌୩୨ ରେଫ୍ରିଜରାଂଟ୍ ବ୍ୟବହାର କରାଯାଇଛି ଯାହା ପରିବେଶ ଦୃଷ୍ଟିକୋଣରୁ ବେଶ ମିତବ୍ୟୟୀ ଓ ତାହା ବିଶ୍ୱ ତାପନ ଆଶଙ୍କାକୁ ହ୍ରାସ କରିବ ।
କମଳ ନନ୍ଦୀ, ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ, ଗୋଦରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ଚିନ୍ତାପୂର୍ଣ୍ଣ ଭାବେ ଜିନିଷ ତିଆରି କରିବା’ ନେଇ ଆରମ୍ଭ ରହିଥିବା ଦର୍ଶନ ଅନୁସାରେ ଆମେ ନୂତନ ପ୍ରଯୁକ୍ତିକୁ ଗ୍ରହଣ କରି ଆମ ଗ୍ରହକମାନଙ୍କୁ ଶ୍ରେଷ୍ଠ ମାନର ସମାଧାନ ପ୍ରଦାନ କରୁଛୁ । ଆମର ମାନୁଫାକ୍‌ଚରିଂ ସମ୍ପ୍ରସାରଣ ଆମକୁ ଗ୍ରାହକମାନଙ୍କୁ ଶ୍ରେଷ୍ଠ ଢିଜାଇନ୍ ସମ୍ଭାବନା ସହିତ ବ୍ୟାପକ ପ୍ରକାର ଏସି ପ୍ରଦାନ କରିବାରେ ସହାୟକ ହୋଇଛି । ୨୦୨୦ ଗ୍ରୀଷ୍ଣ ଋତୁ ତୁଳନାରେ ୨୦୨୧ ଗ୍ରୀଷ୍ଣରେ ଏସି ବିକ୍ରି ଭଲ ରହିଥିଲା, ମାତ୍ର ବିକ୍ରି ଏବେବି ମହାମାରୀ ପୂର୍ବ ସମୟକୁ ଫେରିନାହିଁ । ତୃତୀୟ ଲହର ପ୍ରାୟ ଶେଷ ହୋଇଯାଇଥିବା ବେଳେ ଅଧିକ ଲୋକଙ୍କ ଟିକାକରଣ ହୋଇପାରିଛି ଏବଂ ଗ୍ରୀଷ୍ଣ ଋତୁରେ ଗରମ ବଢ଼ିବାର ଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ଏସି ବିକ୍ରିରେ ଦୁଇ ଗୁଣାରୁ ଅଧିକ ଅଭିବୃଦ୍ଧି ଆମେ ଆଶା କରୁଛୁ ।’’
ସନ୍ତୋଷ ସାଲିଆନ୍‌, ଉତ୍ପାଦ ଗ୍ରୁପ୍ ମୁଖ୍ୟ, ଗୋଦରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ସଦ୍ୟତମ ପ୍ରଯୁକ୍ତି ଜରିଆରେ ଭବିଷ୍ୟତ ଲାଗି ପ୍ରସ୍ତୁତ ଉତ୍ପାଦ ପ୍ରଦାନ କରି ଗ୍ରାହକମାନଙ୍କ ଆବଶ୍ୟକତାର ସମାଧାନ ଲାଗି ରହିଥିବା ଆମ ପ୍ରତିବଦ୍ଧତା ପ୍ରତି ମାନ୍ୟତା ହେଉଛି ଆମର ସ୍ମାର୍ଟ ଏୟାର କଣ୍ଡିସନର ଓ ସ୍ୱାସ୍ଥ୍ୟ ଏବଂ ପରିମଳ କ୍ଷେତ୍ରରେ ପ୍ରବେଶ । ଚଳିତ ବର୍ଷ ଗ୍ରୀଷ୍ଣରେ ଆମେ ୨୧ ନୂଆ ଇନଭର୍ଟର ସ୍ପ୍ଲିଟ୍ ଏସି ଉପସ୍ଥାପନ କରିବୁ ଯାହା ଶକ୍ତିଶାଳୀ ଶୀତଳତା ପ୍ରଦାନ କରିବ ଯାହା ହେଉଛି ଆମର ଦୃଢ଼ତା ଏବଂ ଏହା ସହିତ ଏହି ଏସିଗୁଡ଼ିକ ନାନୋ କୋଟେଡ୍ ଆଂଟି ଭାଇରାଲ୍ ଫିଲ୍‌ଟର ଓ ୟୁଭିସି ପ୍ରଯୁକ୍ତି, ଆଇଓଟି ପରିଚାଳିତ ସ୍ମାର୍ଟ କଂଟ୍ରୋଲ୍‌, ଅଧିକ ଦକ୍ଷତ ଏସି ସହିତ ଉଚ୍ଚ ଆଇଏସ୍‌ଇଇଆର୍‌, ଦୀର୍ଘସ୍ଥାୟିତ୍ୱ ଓ ଉତ୍କୃଷ୍ଟ ସୌନ୍ଦର୍ଯ୍ୟ ପ୍ରଦାନ କରିବ ।’’
ଗୋଦରେଜ୍ ଇଅନ୍ ଡି ସିରିଜ୍ ଏସି ହ୍ୱାଇଟ୍ କପର ଓ ରୋଡ୍ ଗୋଲ୍ଡ ରଙ୍ଗ ବିକଳ୍ପରେ ସମସ୍ତ ଇ-କମର୍ସ ପ୍ଲାଟଫର୍ମ ସମେତ ସାରା ଦେଶରେ ଥିବା ପ୍ରମୁଖ ରିଟେଲ୍ ଷ୍ଟୋର୍‌ଗୁଡ଼ିକରେ ଉପଲବ୍ଧ ହୋଇଛି ।

Leave A Reply

Your email address will not be published.