ଭୁବନେଶ୍ୱର: ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସଏଲ୍) ଓଡ଼ିଶାର ଯାଜପୁରସ୍ଥିତ ଏହାର ଉତ୍ପାଦନ କାରଖାନାର ୟୁନିଟ୍ ହେଡ୍ ଭାବରେ ଶ୍ରୀ ଦୀପକ ଅଗ୍ରୱାଲଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଏହା ପୂର୍ବରୁ ଶ୍ରୀ ଅଗ୍ରୱାଲ ହଟ୍ ଏବଂ କୋଲ୍ଡ ରୋଲିଂ ଡିଭିଜନ ଦାୟିତ୍ୱ ଦେଖାଶୁଣା କରିବା ସହିତ କାରଖାନରେ ସିଭିଲ, ପ୍ରୋଜେକ୍ଟ ଏବଂ କଷ୍ଟମର ସପ୍ଲାଇ ମ୍ୟାନେଜମେଣ୍ଟ କାର୍ଯ୍ୟଗୁଡିକ ପରିଚାଳନା କରୁଥିଲେ ।
ଏହି ନିଯୁକ୍ତି ସମ୍ପର୍କରେ ପ୍ରକାଶ କରି ଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଦୀପକ ମୂଳ ଗୁରୁତ୍ୱପୂର୍ଣ୍ଣ ଟିମ୍ର ଅଂଶବିଶେଷ ହୋଇ ରହିଆସିଛନ୍ତି ଯାହା ଆମର ଯାଜପୁର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା । ପ୍ରକଳ୍ପଗୁଡିକ ସଫଳତାର ସହିତ ଏବଂ ଠିକ୍ ସମୟରେ କାର୍ଯ୍ୟକାରୀ କରାଇବାରେ ତାଙ୍କର ପିଛିଲା ରେକର୍ଡ ରହିଛି ଯାହା ଆମେ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଉଥିବାବେଳେ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ବିବିଧ ବିଭାଗର ନେତୃତ୍ୱ ନେବା କ୍ଷେତ୍ରରେ ତାଙ୍କର ଆଗ୍ରହ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରିବାରେ ତାଙ୍କର ରହିଥିବା ଅଭିଜ୍ଞତାକୁ ନେଇ ଆମେ ଦୃଢ ନିଶ୍ଚିତ ଯେ ସେ ଜେଏସଏଲ୍କୁ ଆମର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପଥରେ ସଫଳତାର ସହିତ ଆଗେଇନେବେ ।”
ଶ୍ରୀ ଦୀପକ ଅଗ୍ରୱାଲଙ୍କର ଧାତୁ କ୍ଷେତ୍ରରେ ତିନି ଦଶନ୍ଧିରୁ ଅଧିକ କାଳ ଅଭିଜ୍ଞତା ରହିଛି । ସେ ୧୯୯୦ରେ ଜେଏସଡବ୍ଲ୍ୟୁ ମୁମ୍ବଇରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୨୦୦୪ରେ ଜିନ୍ଦଲ ଷ୍ଟେନଲେସ, ହିସାରରେ ଯୋଗଦେବା ପୂର୍ବରୁ ରାଜିନ୍ଦର ଷ୍ଟିଲ୍ଓ ଓ ଟେନୋଭା ଏମଏମପିଏଲ୍ରେ କାର୍ଯ୍ୟ କରିଥିଲେ । ଯାଜପୁରରେ ନୂତନ କୋଲ୍ଡ ରୋଲିଂ ପ୍ରକଳ୍ପ ଆରମ୍ଭ କରିବାକୁ ତାଙ୍କୁ ୨୦୧୦ରେ ହିସାରରୁ ଯାଜପୁରକୁ ଜେନେରାଲ ମ୍ୟାନେଜର, ପ୍ରୋଜେକ୍ସସ ଆଣ୍ଡ ଅପରେସନ୍ସ ଭାବରେ ବଦଳି କରାଯାଇଥିଲା । ତାଙ୍କର ଅନ୍ୟ ବହୁ ଉଲ୍ଲେଖନୀୟ ପରିଚାଳନାଗତ ସଫଳତା ଏବଂ ଡାଉନଷ୍ଟ୍ରିମ ସୁବିଧା ସୁଯୋଗ ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଅଭିଜ୍ଞତା ରହିଛି ।
ତାଙ୍କ ନିଯୁକ୍ତି ସମ୍ପର୍କରେ ପ୍ରକାଶ କରି ଶ୍ରୀ ଅଗ୍ରୱାଲ କହିଛନ୍ତି, “ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ମୁଁ କୃତଜ୍ଞ ଏବଂ ଉଲ୍ଲସିତ ମନେ କରୁଛି । ନବସୃଜନ ଏବଂ ପରିଚାଳନାଗତ ଉତ୍କର୍ଷକୁ ଉପଯୋଗ କରି ମୂଲ୍ୟଯୁକ୍ତ କରିବାକୁ ମୁଁ ଲକ୍ଷ୍ୟ ରଖିଛି । ଶୀର୍ଷ ମ୍ୟାନେଜମେଣ୍ଟର ରଣକୌଶଳାତ୍ମକ ସହଯୋଗ ଏବଂ ଟିମ୍ ଜେଏସଏଲ୍ର ପୂର୍ଣ୍ଣ ସମର୍ଥନରେ ଆମେ ଏହି କାରଖାନାର ଘରୋଇ ଏବଂ ଆନ୍ତର୍ଜାତିକ ଉପସ୍ଥିତିକୁ ସୁଦୃଢ କରିବା ଦିଗରେ ସମର୍ଥ ହେବୁ, ଏଥିନେଇ ମୋର ତିଳେହେଲେ ସନ୍ଦେହ ନାହିଁ ।” ଶ୍ରୀ ଅଗ୍ରୱାଲ ୧୯୯୦ରେ ମାଧବ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ, ଗ୍ୱାଲିଅରରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପଢାପଢିରେ ସେ ବିଶେଷ ରୁଚି ରଖନ୍ତି ଏବଂ ସେ ଏକ ଉପନ୍ୟାସ ରଚନା କରିବା ସହିତ ଫିନ୍ନେଓ ଓ କ୍ରୀଡା ପ୍ରତି ତାଙ୍କର ଏକାଗ୍ରତା ପାଇଁ ସେ ସୁପରିଚିତ ।
Sign in
Sign in
Recover your password.
A password will be e-mailed to you.