ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର :୧୪୨ ଗୋଟି ଅଭିଯୋଗର ସମାଧାନ

0

06-08-18-jaj-colle.jpg - 47.33 kB

ଯାଜପୁରରୋଡ୍/ଜୟଶଙ୍କର ଦାଶ : ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ  ହୋଇଥିଲା । ଏଥିରେ ଯାଜପୁର  ଜିଲ୍ଲାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ   ଦେଇଥିଲେ ।  ଏହି ଶୁଣାଣିରେ  ମୋଟ ୨୪୮ ଗୋଟି ଅଭିଯୋଗ  ମଧ୍ୟରୁ ୨୧୩ ଗୋଟି ବ୍ୟକ୍ତିଗତ,  ୦୩ ଗୋଟି ସାମୁହିକ,  ରେଡକ୍ରସ ସହାୟତା  ପାଇଁ  ୨୦ ଗୋଟି ଆବେଦନ ମିଳିଥିବା ବେଳେ ଚିକିତ୍ସା ସହାୟତା ପାଇଁ    ୭୨,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୧୨ ଗୋଟି  ଆବେଦନ ପତ୍ର ମିଳିଥିବା ବେଳେ  ସେମାନଙ୍କୁ ୭୯,୦୦୦/- ଟଂକା  ପ୍ରଦାନ କରାଯାଇଥିଲା ।  ଶିବିରରେ ତତକ୍ଷଣାତ  ୧୪୨ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା ।  ଅଗଷ୍ଟ   ୧୩ ତାରିଖରେ ଧର୍ମଶାଳା ବ୍ଲକ   କାର୍ଯ୍ୟାଳୟ ଠାରେ ମିଳିତ  ଅଭିଯୋଗ ଶୁଣାଣୀ  ଓ  ମହା ସମାଧାନ ଶିବିର, ୨୦ ତାରିଖରେ ଯାଜପୁରବ୍ଲକର ଊପର ବରୁହାଁ  ଗ୍ରାମ ପଞ୍ଚାୟତ  କାର୍ଯ୍ୟାଳୟ ଠାରେ  ମିଳିତ ଅଭିଯୋଗ ଶୁଣାଣୀ, ୨୭ ତାରିଖରେ ବରୀ ବ୍ଲକର  କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ  କୃଷି ସମାଧାନ  ଶିବିର  ଅନୁଷ୍ଠିତ  ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ  ପ୍ରକାଶ । 

ଏହି  ଶିବିରରେ  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି,  ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣି ନାୟକ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଊପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ମଲ୍ଳ୍, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ଅଭିଯୋଗ ପ୍ରକୋଷ୍ଠ  ଅଧିକାରୀ ଊମେଶ ଚନ୍ଦ୍ର ଲେଙ୍କା, ଏ.ଡି.ଏମ୍.ଓ.  ଡା. କାହ୍ନୁ ଚରଣ ନାୟକ, ଡା.  ଋୁଦ୍ର ପ୍ରତାପ କର ଓ ଅନ୍ୟାନ୍ୟ  ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । 

Leave A Reply

Your email address will not be published.