ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି : ନିଶ୍ଚିନ୍ତକୋଇଲି ବ୍ଲକର ୪୧ ଗୋଟି ପଂଚାୟତରେ ୫୯୦ ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବା ପରେ ସେହି ଭୋଟ ବାକ୍ସ ଗୁଡିକୁ ସୁରକ୍ଷିତ ଭାବେ ଅଣାଯାଇ ପଂଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟର ଷ୍ଟ୍ରଙ୍ଗ୍ ରୁମre ସୁରକ୍ଷିତ ଭାବେ ରଖାଯାଇଛି । କଟକ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଷ୍ଟ୍ରଙ୍ଗ୍ ରୁମre ତିନୋଟି ପର୍ଯ୍ୟାୟରେ ଏକ ସେକ୍ସନ୍ ଓ.ଏସ୍.ଏ.ପି. ବାଟେଲିୟାନର ସୁରକ୍ଷା କର୍ମୀମାନେ ୨୪ ଘଣ୍ଟିଆ ଜଗି ରହିଛନ୍ତି । ପା ଟି ଜୋନର ଭୋଟ ବାକ୍ସ ଗୁଡିକ ପୃଥକ୍ ପୃଥକ୍ ଭାବେ ପାେ ।ଟି ରୁମ୍ରେ ରଖାଯାଇଥିବା ବେଳେ ପ୍ରତ୍ୟେକ ରୁମ୍ରେ ଉଚ୍ଚ ଶକ୍ତି ସଂପନ୍ନ ସି.ସି. କ୍ୟାମେରା ଲଗାଯାଇଥିବା ବେଳେ ପ୍ରବେଶ ପଥରେ ମଧ୍ୟ ଗୋଟିଏ ସି.ସି. କ୍ୟାମେରା ମୋଟ୍ ୬ ଟି କ୍ୟାମେରା ଲଗାଯାଇଛି । ବ୍ଲକ ନିର୍ବାଚନ ଅଧିକାରୀ କର୍ଣ୍ଣଦେବ ସମାଦ୍ଧାର ଏବଂ ନିଶ୍ଚିନ୍ତକୋଇଲି ଥାନା ଆଇ ଆଇ ସି ଚିନ୍ମୟୀ ସାହୁ ଦିନକୁ ଚାରିଥର ଲେଖାଏଁ ଷ୍ଟ୍ରଙ୍ଗ୍ ରୁମକୁ ପରିଦର୍ଶନ କରି ସ୍ଥିତି ପରଖୁଛନ୍ତି । ତେବେ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ୍ଡା କଡ୍ଡା କରାଯାଇଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.