ଚୋରି ହାଇଭା ଓ ଲାଇନ ଟ୍ରକ ଜବତ : ୩ ଗିରଫ

0

ବଡ଼ବିଲ (ଶାସକ ପ୍ରଶାସକ) ଭଦ୍ରାସାହିରୁ ଲୁଟ ହୋଇଥିବା ଏକ ହାଇଭା ଟ୍ରକକୁ ଜବତ କରିବା ସହ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ। ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୪ ତାରିଖ ରାତି ପ୍ରାୟ ୨ଟା ସମୟରେ ଭଦ୍ରାସାହି ପୋଲ ନିକଟରେ ପାର୍କିଂ ହୋଇଥିବା ଏକ ହାଇଭା ଟ୍ରକର କାଚ ଭାଙ୍ଗି ୩ ଜଣ ଦୁର୍ବୁତ୍ତ ଡ୍ରାଇଭର ଜନାର୍ଦନ ମହାନ୍ତଙ୍କୁ ଆକ୍ରମଣ କରି ଟ୍ରକକୁ ନେଇ ପଳାଇଥିଲେ। ରିମୂଳି ନିକଟରେ ଏକ ଗଛରେ ଡ୍ରାଇଭରକୁ ବାନ୍ଧି ଦୁର୍ବୁତ୍ତ ମାନେ ଗାଡିକୁ ନେଇ ପଳାଇଥିବାର ବଡ଼ବିଲ ଥାନାରେ ଟ୍ରକ ମାଲିକ ବଡ଼ବିଲ ଷ୍ଟେସନ ଅଞ୍ଚଳର ଅରୁଣ କୁମାର ସାହୁ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଏସ ଆଇ ଆଲୋକ ପରିଡା ଲୁଟ ହୋଇଥିବା ଟ୍ରକକୁ ବଡ଼ବିଲ ମହାନ୍ତ ବସ୍ତି ସ୍ଥିତ ଡ୍ୟାମ ନିକଟରୁ ଜବତ କରିବା ସହ ଲୁଟେରା ୩ ଜଣଙ୍କୁ ଗିରଫ କରିଥିଲେ। ଗିରଫ ୩ ଜଣ ହେଲେ ବଡ଼ବିଲ ଉପର ବସ୍ତି ଅଞ୍ଚଳର ଆଲତାଫ ଖାନ, ଝାଡଖଣ୍ଡର ସେକ ପରଭେଜ ଓ ଏମ ଡି ଦାନିସ। ତଦନ୍ତରୁ ଲୁଟେରା ମାନଙ୍କ ଠାରୁ ଅନ୍ୟ ଏକ ଟ୍ରକ ସମ୍ବନ୍ଧରେ ପୋଲିସ ଜାଣିବାକୁ ପାଇବା ପରେ ଝାଡ଼ଖଣ୍ଡର ଟାଟା ନିକଟରୁ ଅନ୍ୟ ଏକ ଟ୍ରକକୁ ମଧ୍ୟ ଜବତ କରାଯାଇଥିବା ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ଉକ୍ତ ଟ୍ରକଟି ଚଣ୍ଡିଖୋଲ ଅଞ୍ଚଳର କୀର୍ତିରାଜ ସ୍ବାଇଁଙ୍କର ବୋଲି ଜଣାପଡିଛି।

Leave A Reply

Your email address will not be published.