ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର

0

ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ କଲେ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ବାବଦରେ ନିଆଯାଇଥିବା ବିଦ୍ଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଓଡିଶା ଗସ୍ତରେ ଆସିଥିବା ୟୁନାଇଟେଡ ନେସନ ଓ୍ୱାର୍ଲ୍ଡ ଫୁଡ କାର୍ଯ୍ୟକ୍ରମ ବା ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶୋ ପାରାଜୁଲି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଶ୍ରୀ ପାରାଜୁଲି ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ |
ଆଲୋଚନ ବେଳେ ରାଜ୍ୟକୁ ଆଗାମୀ ଦିନରେ କ୍ଷୁଦ୍ଧା ମୁକ୍ତ କରିବା ପାଇଁ ରଖାଯାଇଥିବା ଲକ୍ଷ୍ୟ ଓ ରାଜ୍ୟରେ ଶିଶୁଙ୍କ ଅପପୃଷ୍ଟି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପାରାଜୁଲି | ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ଏକ ଉଦାହରଣ ପାଲଟି ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟର ପ୍ରତ୍ୟେକ ଶିଶୁଙ୍କ ପାଖରେ କିଭଳି ପୁଷ୍ଟିକର ଖାଦ୍ୟ ପହଞ୍ଚିବ ସେ ନେଇ ରାଜ୍ୟ ସରକାରଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।
ମିଶନଶକ୍ତି ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ସହ ନୂଆ ଦିଶା ଦେଖାଇଛି। ଓ୍ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ରାଜ୍ୟ କୃଷି ବିଭାଗ ସହ ମଧ୍ୟ ଅନେକ ପ୍ରକଳ୍ପ କାମ କରୁଛି। ୧୯୭୨ ମସିହାରେ ବିଶ୍ୱରେ ଆରମ୍ଭ ହୋଇଥିବା ଓ୍ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ଚଳିତ ବର୍ଷ ୫୦ ତମ ଜୟନ୍ତୀ ପାଳନ କରିବାକୁ ଥିବା ବେଳେ ରୋମରେ ଏଥିନେଇ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କଣ୍ଟ୍ରି ନିର୍ଦ୍ଦେଶକ ପାରାଜୁଲି।

Leave A Reply

Your email address will not be published.