ତହଁକ କୁଟୁମର ଅନୁରୋଧକ୍ରମେ ସତ୍ୟାଗ୍ରହରୁ ଓହରିଲେ 

0

05-08-18-saket.jpg - 66.83 kB

ପଦ୍ମପୁର/ ନୀଳ ଦୀପ : ବୁରୋମୁଣ୍ଡା ଠାରେ କୋସଲି/ସମ୍ବଲପୁରିର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ସତ୍ୟାଗ୍ରହ ସପ୍ତମ ଦିନରେ ପହଂଚିଥିଲା । ମାତ୍ର ବଲାଂଗିର ର ସାଂସ୍କୃତିକ ଅନୁଷ୍ଠାନ  ତହଁକ କୁଟୁମର ଅନୁରୋଧ କ୍ରମେ ଆଜି ସାକେତ ଶ୍ରୀଭୂଷଣ ସାହୁ ସତ୍ୟାଗ୍ରହରୁ ଓହରିଯାଇଛନ୍ତି । ଆଜି ସମର୍ଥନ ଦେବା ପାଇଁ ଗାଇସିଲାଟ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁ, ପୂର୍ବତନ ଅଧ୍ୟକ୍ଷ ଅଂଚଳ କଲେଜ ଭୁବନେନ୍ଦ୍ର କୁମାର ସାହୁ, ସମେତ ତହଁକ କୁଟୁମର ସଦସ୍ୟ ରାଜେଶ ଦଣ୍ଡସେନା, ଅର୍ଜ୍ଜୁନ କୁମାର ସାହୁ, ଟୁକୁ ପଣ୍ଡା, ଭରତ ମେହେର, ଶ୍ରୀୟକାନ୍ତ ଦାଶ, ନିତ୍ୟାନନ୍ଦ ଜୁଏଡ, ସିରଜିନାର ସଂପାଦକ ରାଜେନ୍ଦ୍ର ମହାନ୍ତି, ନିହି କୁଟୁମର କୈଳାସ କୁମ୍ଭାର, ଭଗବାନ ମଲ୍ଲିକ, କୋଶଲରତ୍ନ କୃଷ୍ଣ ଚନ୍ଦ୍ର ଭୋଇ, ବୈରାଗି ସାହୁ, ଯଦୁମଣି ସାହୁ, ଗଜପତି ସାହୁ, ପ୍ରସନ୍ନ ସାହୁ, ଧୃବଚରଣ ଜୋଷୀ, ଗଜପତି ସାହୁ, ବଲ୍ଲଭ ସାହୁ, ଦିଲ୍ଲିପ ସରାପ, ନବିନ ସାହୁ, ଋକ୍ମଣ ଦିଶରି, ଅକୃର ବାଗ, ଆଲୋକ ରଂଜନ ପାଢୀ, ଡ. ମହାପାତ୍ର ତଥା ବରଗଡ, ବଲାଂଗିର ଓ କଲାହାଣ୍ଡି ଜିଲ୍ଲାରୁ ସମର୍ଥକ ଆସିଥିଲେ । ସୂଚନାଯୋଗ୍ୟ ଯେ, କୋସଲି/ସମ୍ବଲପୁରିର ସାମ୍ବିଧାନିକ ଅଧିକାର ପାଇଁ ସତ୍ୟାଗ୍ରହ ଜୁଲାଇ ୩୦ରୁ ଆରମ୍ଭ ହୋଇଥିଲା ।

 

  

Leave A Reply

Your email address will not be published.