ପାଟଣାଗଡ଼, ଶାସକ ପ୍ରଶାସକ, ( ଯତୀନ୍ଦ୍ର ନନ୍ଦ ) ଆଦିବାସୀ ବିଶ୍ୱବିଦ୍ୟାଳୟରେ ପାଟଣାଗଡ ବ୍ଲକର ଅଧ୍ୟୟନ ରତ ଛାତ୍ର ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହାସହିତ ଆଗରୁ ଦିଆଯାଇଥିବା ପରୀକ୍ଷା ପ୍ରଶ୍ନ ପତ୍ର କିସ ପଠାଇବା ପାଇଁ ସଂଗ୍ରହ କରାଯାଇଛି । କରୋନା ମହାମାରୀ ଜନିତ କଟକଣା ସମୟରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତ କିସର ଛାତ୍ର ଛାତ୍ରୀମାନଙ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ଜାରି ରଖିବା କାର୍ୟ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ପରିସ୍ଥିତିରେ କିସ ଛାତ୍ର ଛାତ୍ରୀମାନଙ୍କୁ ନିରବିଛିନ୍ନ ଭାବେ ମାଗଣା ଶିକ୍ଷା ଦାନ ପାଇଁ କିସ ତରଫରୁ ଅନଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । କିସ କିଟ ପ୍ରତିଷ୍ଠାତା ଡା. ଅଚ୍ୟୁତ ସାମନ୍ତଙ୍କ ଅବଦାନ ଫଳରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର ସମସ୍ତ ବ୍ଲକରେ ବଣ୍ଟନ କରାଯାଇଛି । ଆଜି ପାଟଣାଗଡ ବ୍ଲକର କର୍ମକର୍ତ୍ତାମାନେ ପାଠ୍ୟ ଉପକରଣ , ଶୁଖିଲା ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର ଇତ୍ୟାଦି ବଣ୍ଟନ କରିଥିଲେ । କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ୟ୍ୟକ୍ରମରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ମନବୋଧ ବରିହା, ଦୁର୍ଯ୍ୟୋଧନ ବର୍ଗେ, ଲଳିତ ମଲ୍ଲିକ, ଘନ ଭୋଇ ଓ ଗିରିଧାରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post