ଅସ୍ତରଙ୍ଗ (ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଦୁଇ ଗୋଟି ଜିଲ୍ଲା ପରିଷଦ ଯୋନ ରହିଥିବା ବେଳେ ପନ୍ଦର ଗୋଟି ଗ୍ରାମପଞ୍ଚାୟତ ରହିଅଛି । ଗଲା ପଞ୍ଚୟତ ନିର୍ବାଚନରେ ତିନି ଦଳର ସ୍ଥିତି ଯାହା ଥିଲା ଚଳିତ ପଞ୍ଚୟତ ନିର୍ବାଚନରେ ତାହା ସମ୍ପୂର୍ଣ ଭିନ୍ନ । ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଓ ମନ୍ତ୍ରୀ ତୁଷାର କାନ୍ତି ବେହେରା ବିଜେଡିର ମଙ୍ଗ ଧରିଥିବାବେଳେ କଂଗ୍ରେସର ବିଶ୍ବଭୂଷଣ ଦାସ, ବ୍ଲକ କଂଗ୍ରେସ ସଭାପତି ବାଉରିବନ୍ଧୁ ମହାନ୍ତି, ଅମୀୟ ପଟନାୟକ ଓ ବିଜେପିର ରବି ମଳିକ, ପ୍ରସନ୍ନ ବେହେରା ମଂଗ ଧରିଛନ୍ତି । ଅପରପକ୍ଷରେ ଅସନ୍ତୁଷ୍ଠ ବିଜେଡି ଭାବେ ରହିଥିବା ଓ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀ, ଦିବାକର ଛାଟୋଇ ମଧ୍ୟ ବହୁ ଜିପିରେ ତାଙ୍କ ମନ ମୁତାବକ ପ୍ରାଥି ଦେଇ ଜୋର ସୋର ଘରକୁ ଘର ବୁଲି ପ୍ରଚାର ଚଳାଇ ଆସୁଛନ୍ତି । ଏ ସବୁ ସତ୍ତ୍ୱେ କିଛି ପଞ୍ଚାୟତରେ ବିଜେଡିକୁ ଛାଡି କଂଗ୍ରେସ, ବିଜେପି ଦିବାକର ବାବୁଙ୍କର ମିଳିତ ମେଣ୍ଟ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ମେଣ୍ଟ ପ୍ରାର୍ଥୀ କିଛି ପଂଚାୟତ ରେ ରହିବା ନେଇ, ସେମାନଙ୍କର ପ୍ରଚାର ଓ ଲୋକ ସମ୍ପର୍କ ବୃଦ୍ଧି ପାଉଥିବା ସ୍ଥଳେ ବିଜେଡିପ୍ରାର୍ଥୀଙ୍କୁ କଡା ଟକରର ସମ୍ମୁଖିନ ହେବାର ଦେଖିବାକୁ ମିଳୁଅଛି । ଅସ୍ତରଙ୍ଗ , ନଗର, ସରିପୁର, କେନ୍ଦ୍ରାପାଟି, ଆଳସାହି, ଛୁରିଆନା, ନଇଗୁଆ ଆଦି ପଂଚାୟତରେ ବିଜେଡି ଦଳରସମର୍ଥିତ ପ୍ରାର୍ଥୀମାନଙ୍କୁ କଡା ମୁକାବିଲାର ସମ୍ମୁଖିନ ହେବାକୁ ପଡୁଥିବାବେଳେ ବିରୋଧୀ ମାନେ ସରକାର ବିରୋଧରେ ବିଭିନ୍ନ ଦୁର୍ନୀତି କୁ ନାରାକରିବା ସହ, ପାରିବାରିକ ତଥା ବନ୍ଧୁ ବାନ୍ଧବ ସମ୍ପର୍କ ସ୍ଥାପନ କରି ନିର୍ବାଚନ ବୈତରଣୀ ପାର ହେବାପାଇଁ ଆଶା ରଖିଛନ୍ତି । ଆଉ କେତୋଟି ଜିପିରେ, ବାହାର ପ୍ରାର୍ଥୀ ଲଢୁଥିବାରୁ ସେମାନଙ୍କ ପ୍ରତି ସେପରି ଜନ ସମର୍ଥନ ମିଳୁ ନ ଥିବା ଦେଖିବାକୁ ମିଳୁଅଛି । ଅସ୍ତରଙ୍ଗ ବ୍ଲକର ବହୁ ପଞ୍ଚାୟତରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ବିରୋଧ ଜାରି ରହିଅଛି । ଅପରପକ୍ଷରେ ଏକ ନମ୍ବର ଜିଲ୍ଲା ପରିଷଦର କଂଗ୍ରେସ ପ୍ରାର୍ଥୀ ଜଣେ ଉଚ୍ଚ ଶିକ୍ଷିତା ଝିଅ ହୋଇ ଥିବାରୁ ସେ ଘର ଘର ବୁଲି ଦଳୀୟ ଭୋଟ ଭିକ୍ଷା ଜାରୀ ରଖିଛନ୍ତି ଓ ବିଜେଡି ପ୍ରାର୍ଥୀ ବି ଶଙ୍ଖ ଓ ନବୀନ ବାବୁଙ୍କୁ ପାଥେୟ କରି ନିର୍ବାଚନ ଲଢ଼ୁଛନ୍ତି । ବିଜେପିର ପ୍ରାର୍ଥୀ ପ୍ରଚାର ଜାରି ରଖିଥିବା ବେଳେ ତାଙ୍କ ସଂଗେ ପୂର୍ବତନ ବିଧାୟକ ରବି ମଳିକଙ୍କୁ ଦେଖିବାକୁ ମିଳିନାହିଁ । ଯୋନ ଏକରେ ସାଧାରଣ ବର୍ଗ ମହିଳା ଓ ଯୋନ ଦୁଇ ରେ ହରିଜନ ମହିଳା ପ୍ରାର୍ଥୀ ରହିଛନ୍ତି । ବର୍ତମାନ ସୁଦ୍ଧା ଅସ୍ତରଙ୍ଗ ବ୍ଲକରେ କିଏ ପଂଚାୟତ ସମିତି ଦାଖଲ କରିବ ଓ ଜିଲ୍ଲା ପରିଷଦ ଆସନ କିଏ ଦଖଲ କରିବ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ପାରି ନାହିଁ | ସେ ଯାହା ହେଲେ ବି ଶାସକ ବିଜେଡି ଦଳକୁ ଏଥର କଡା ଟକରର ସମ୍ମୁଖିନ ହେବାକୁ ପଡିବ । ଏସବୁ ସତ୍ତ୍ୱେ ଏହିବ୍ଲକ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନୟକ ଓ ବର୍ତ୍ତମାନ ବ୍ଲକ ଅଧ୍ୟକ୍ଷ ସ୍ବାଧୀନକୁମାର ନାୟକ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିଜ ଘର ହୋଇଥିବାବେଳେ ଏମାନଙ୍କ ପ୍ରଭାବ କଣ ରହିବ ତାହା ସମୟ କହିବ |
Sign in
Sign in
Recover your password.
A password will be e-mailed to you.