ବନ୍ଧୁତ୍ୱ ଦିବସ ଅବସରରେ ସେବା ସମିତି ପକ୍ଷରୁ ବୃକ୍ଷରୋପଣ

0

04-08-18-sanjib.jpg - 120.56 kB

“ବୃକ୍ଷ ଆମର ବନ୍ଧୁ, ବନ୍ଧୁ ଯେଭଳି ଉପକାରରେ ଆସେ ବୃକ୍ଷ ମଧ୍ୟ ଆମ ଉପକାରରେ ଆସିଥାଏ”

ଉମରକୋଟ (ଶାସକ ପ୍ରଶାସକ) : ବନ୍ଧୁତ୍ୱ ଦିବସ ଅବସରରେ ସେବା ସମିତି ଆନୁକୂଲ୍ୟରେ ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗାଁ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷକଗଣଙ୍କୁ ନେଇ ଏକହଜାରରୁ ଊଦ୍ଧ୍ୱର୍ ବୃକ୍ଷରୋପଣ କରାଯାଇଛି । ସେବା ସମିତିର ଅଧ୍ୟକ୍ଷ ସଞ୍ଜିବ ସୁବୁଦ୍ଧି ବୃକ୍ଷ ଆମର ବନ୍ଧୁ, ବନ୍ଧୁ ଯେଭଳି ଉପକାରରେ ଆସେ ସେହି ବୃକ୍ଷଟି ମଧ୍ୟ ଆମ ଜୀବନ କାଳରେ ପ୍ରତ୍ୟେହ ଆମ ଉପକାରରେ ଆସିଥାଏ ବୋଲି ନିଜ ବକ୍ତବ୍ୟରେ  ମତ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଉମରକୋଟ ବିଡିଓ ତରଣୀ ସୁନା ଯୋଗ ଦେଇ ସେବା ସମିତିର ଆନୁଷ୍ଠାନିକ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ଅଭିିଯାନ ପାଇଁ ସର୍ବଦା ସଚେତନତା କରୁଥିବା ନେଇ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଜଣାଇଥିଲେ । ପ୍ରକୃତି ଓ ପରିବେଶ ଉପରେ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ  । ମୁଖ୍ୟବକ୍ତା ଭାବେ ଡେପୁଟି ରେଞ୍ଜର ଲକ୍ଷ୍ମୀପ୍ରସାଦ ବିଷୋଇ ଯୋଗ ଦେଇ ବୃକ୍ଷର ଉପକାରିତା ସମ୍ବନ୍ଧରେ  ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥବ ଭାବେ ଏବିଇଓ ରମେଶ ରାୟ ଯୋଗ ଦେଇ ସେବା ସମିତି ପକ୍ଷରୁ ବିଦ୍ୟାଳୟ ଗୁଡ଼ିକର ମାରାଥନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି  । ତେବେ ସେହି ବୃକ୍ଷଗୁଡ଼ିକର ଯତ୍ନ ନେବା ଓ କିଭଳି ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସେଥି ନେଇ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବା ସମିତିର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଶତପଥୀ ବିଦ୍ୟାର୍ଥୀଙ୍କୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ସହ ନିଜ ପରିବେଶର ସୁରକ୍ଷା ନେଇ ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ । କାରାଗାଁ ପ୍ରାଥମିକ ବିଦ୍ୟାଳୟ, ବନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଗାଉଁଟିଆ ଗୁଡ଼ା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ସୁରେଶ ଚନ୍ଦ୍ର ଆଲଟିଆ, ବାବୁ ପାଢୀ, ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ରାୟ, ଶ୍ରୀନିବାସ ପାଢୀ, ଶଙ୍କରା  ରାୟ, ତୁଳସୀ ଦାସ, ରୁପକାନ୍ତ ହୋ, ଶର୍ମା ହାଲଦାର, ବନପତି ଭତ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  ।

 

Leave A Reply

Your email address will not be published.