ଝାରବନ୍ଧ ରେ ସ୍ୱଚ୍ଛ ଭାରତ ଅଭିଯାନ ।

0

05-08-18-nila1.jpg - 122.19 kB ପଦ୍ମପୁର/Nila Deep – ବରଗଡ଼ ଜିଲ୍ଲା ଝାରବନ୍ଧ ରେ ଆଜି ସମସ୍ତ ଦୋକାନ ବଜାର ଓ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖି ସମସ୍ତ ବ୍ୟବସାୟୀ ସ୍ଥାନୀୟ ପୋଲିସ ଥାନା ର ଅଧିକାରୀ ବୃନ୍ଦ CRPF ଓ SSB କ୍ୟାମ୍ପ ର ଯବାନ ମାନେ ,ପଂଚାୟତ ସମିତି କଲେଜ ଓ ହାଇସ୍କୁଲ ଓ ବିଭିନ୍ନ ସ୍କୁଲର ର ଛାତ୍ରଛାତ୍ରୀ ସ୍ଥାନୀୟ ସରପଞ୍ଚ ଧନମତି ପାଣ୍ଡେ ,ଜିଲ୍ଲା ପରିଷଦ ସଭ୍ୟା କୁମୁଦୀନି ସାହୁ , ଇନ୍ଦିରା ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ସଭ୍ୟା ମାନେ ଗାଁ କମିଟି ର ସଦସ୍ୟ ,ଦୁର୍ଗା ପୂଜା କମିଟି ର ସଦସ୍ୟ ଏବଂ ଝାରବନ୍ଧ ର ଗ୍ରାମବାସୀ ବୃନ୍ଦ ଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନ ରେ ସମସ୍ତ ଝାରବନ୍ଧ ର ମୁଖ୍ୟ ରାସ୍ତା ଓ ଗଲି କନ୍ଦି କୁ ସଫା କରାଯାଇଛି ।ଏହି ଅଭିଯାନ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ୱଚ୍ଛ ଝାରବନ୍ଧ ନିର୍ମଳ ଝାରବନ୍ଧ ,ଯଦି ଗାଁ ର ଚତୁରପାର୍ଶ୍ବ ସଫା ସୁତୁରା ରହିଲେ ମଶା ହେବେ ନାହିଁ ଓ ନାନା ପ୍ରକାରର ରୋଗ ରୁ ଆମେ ରକ୍ଷା ପାଇଥାଉ ,ଗାଁ ପରିମଳ ଓ ପରିଷ୍କାର ଥିଲେ ସୁନ୍ଦର ଲାଗେ ଗାଁ ସଫା ଥିଲେ ମନ ମଧ୍ୟ ସଫା ରହେ ଓ ନିର୍ମଳ ମନରେ ଖରାଵ ଭାବନା ଆସେ ନାହିଁ ଓ ଆମେ ନାନା ପ୍ରକାର ର ଖରାଵ କାମରୁ ଦୁରେଇ ରହିଥାଉ ।ଯଦି ସମସ୍ତେ ଆନ୍ତରିକତାରୁ ନିଜ ନିଜ ଘର ଚାରି ପାଖରେ ସଫା ରଖିଲେ ସାଇ ପଡିସା ସଫା ରହିବ ଓ ସମସ୍ତ ଗାଁ ଗୁଡିକ ସଫା ହେଲେ ଆମର ମାତୃଭୂମି ଭାରତ ମା କୁ ଆମେ ସଫା ରଖି ପାରିବା ବୋଲି ମତ ପ୍ରକାଶ ପାଇଥିଲା ।ଏହି ଅବସରରେ ସମସ୍ତେ ମିଳିମିଶି କୋୖଣସି କାମ କଲେ ଜରୁର ସଫଳତା ହାସଲ ହୋଇ ପାରେ ବୋଲି ସମସ୍ତେ ନିଜ ନିଜ ମନେ ହୃଦବୋଧ କରିଥିଲେ।

Leave A Reply

Your email address will not be published.