ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ବଂଶଧାରା ବସନ୍ତ ମହୋତ୍ସବ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ 2013 ମସିହା ଠାରୁ ବଂଶଧାରା ବସନ୍ତ ମହୋତ୍ସବ ନାମରେ ଏକ ରାଜ୍ୟସ୍ତରୀୟ ମହୋତ୍ସବ ପାଳିତ ହେଉଛି |ଏହି ମହୋତ୍ସବରେ ମେଗା କ୍ରୀଡା ଉତ୍ସବ ସହ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୁଏ ଏହା ସହ କବିତା ଆସର ଆୟୋଜନ କରା ଯାଏ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଂଶଧାରା ବସନ୍ତ ମହୋତ୍ସବ ପକ୍ଷରୁ କବିତା ଆସରର ଆୟୋଜନ କରାଯାଇଛି |ଏହି କାର୍ଯ୍ୟକ୍ରମରେ ଅଶ୍ୱିନୀ ତ୍ରିପାଠୀ ସ୍ଵାଗତ ଭାଷଣ ଦେଇଥିଲେ ଅତିଥି ଭାବେ ବଂଶଧାରା ବସନ୍ତ ମହୋତ୍ସବ ସଭପତି ଶ୍ରୀ ଅକ୍ଷୟ ଦାଶ, ସମ୍ପାଦକ ଶ୍ରୀ ରଞ୍ଜିତ ପାଢୀ, ଶ୍ରୀ ପ୍ରତାପ ରାୟ ଓ ଶ୍ରୀ ସୀମାଞ୍ଚଳ କର ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ ଏବଂ ଭାଷା ଓ ସାହିତ୍ୟ କ୍ଷେତ୍ରରେ କବି ମାନଙ୍କ ଅବଦାନ ରହିଛି ମତ ପ୍ରକାଶ କରିଛନ୍ତି, କବିତା ଆସରରେ 45 ଜଣ କବି ଓ କବୟିତ୍ରୀ ବନ୍ଧୁ ଉପସ୍ଥିତ ରହି ନିଜ ସ୍ୱରଚିତ କବିତା ପାଠ କରିଥିଲେ ଏହାକୁ ଦୂର୍ଗା ଶତପଥୀ ଓ ଆକାଶ ବାଣୀ, ଜୟପୁରର ଶ୍ରୀମତୀ ବେବୀ ରାଣୀ ନନ୍ଦ ସଂଯୋଜନା କରିଥିଲେ |ବଂଶଧାରା ସାହିତ୍ୟ ସମାଜ ଗୁଣପୁର ର ସମ୍ପାଦକ ଶ୍ରୀ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

 

Leave A Reply

Your email address will not be published.