ଦିବଂଗତ ଭାରତରତ୍ନ ଲତାମଙ୍ଗେସକରଙ୍କ ବିୟୋଗରେ ଶୋକସଭା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଭାରତର ପ୍ରସିଦ୍ଧ ଗାୟିକା ଭାରତରତ୍ନ ସୁର-ସାମ୍ରାଜ୍ଞୀ ଲତାମଙ୍ଗେସକରଙ୍କ ବିୟୋଗରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଯୋଗଦେଇ ଦେଶ ପାଇଁ ଏହା ଏକ ଅପୂରଣୀୟ କ୍ଷତି ତଥା ଏହିମହାନ୍ ଗାୟିକାଙ୍କ ଜୀବନୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ସେହିଭଳି ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ମଧ୍ୟ ଲତାମଙ୍ଗେସକଙ୍କ ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଅବଦାନ ସମ୍ପର୍କରେ କହିବା ସହ ତାଙ୍କ ଦ୍ୱାରା ପରିବେଷଣ ହୋଇଥିବା “ଏ ମେରେ ୱତନ୍ କେ ଲୋଗୋ” ଆଜି ମଧ୍ୟ ବେଶ୍ ଆଦୃତ ବୋଲି ବକ୍ତବ୍ୟ ଦେଇଥିଲେ।
ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର ଲତା ଜୀଙ୍କର ବିନମ୍ରତା , ସରଳ ଜୀବନଯାପନ ସର୍ବୋପରି ଉତ୍ସର୍ଗ ମନୋଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶୋକସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼. ଭାରତୀ ପାଣିଗ୍ରାହୀ ଏବଂ ଏଲ୍ .ଦୁର୍ଯ୍ୟୋଧନ ପରିଚାଳନା କରିଥିଲେ।

Leave A Reply

Your email address will not be published.