ନିଆରା କାନ୍ଦ ଓ ହୁଳହୁଳି ପ୍ରତିଯୋଗିତା
ବୌଦ୍ଧ(ସିମୁନ୍ ନାଏକ) ;୭୨ ସ୍ୱଧିନତା ଦିବସ ଅବ୍ୟବହିତ ପୁର୍ବରୁ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ମନୋଜ କୁମାର ପାଠିଙ୍କ ସଭାପତିତ୍ୱରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ନିଆରା କାନ୍ଦ, ହୁଳହୁଳି, ରଙ୍ଗୋଲି (ଝୋଟି), ସଂଗୀତ ଆଦି ପ୍ରତିଯୋଗିତା ମାନ ଆୟୋଜନ ହୋଇଥିଲା । ବିଚାରକ ଭାବେ ଅଧ୍ୟାପକ କୌଳାସ ଚନ୍ଦ୍ର ଦାସ, ଶଦାସିବ ଜେନା ଓ ଅଧ୍ୟପିକା ଧରିତ୍ରୀରାଣି କାନୁନଗୋ, ରୁବିନା ଷଡଙ୍ଗି ଯୋଗଦେଇଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ବର୍ଷ ସ୍ୱାଧିନତା ଦିବସ ପାଳନ ଅବସରରେ ମାନପତ୍ର ଓ ଟ୍ରଫି ପ୍ରାଦନ କରାଯିବା ସଙ୍ଗେ ସଙ୍ଗେ ଚଳତ ବର୍ଷ କାଉନସିଲ ପରୀକ୍ଷାରେ ୨୧ ଜଣ ପ୍ରଥମ ଶେଣୀରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପାଠି ପ୍ରକାଶ କରିଛନ୍ତି
