ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ ସେଣ୍ଟର ଲୋକାର୍ପିତ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ବାସୀ ଙ୍କ ର ବହୁଦିନରୁ ଦାବି ହେଇ ଆସୁଥିବା ଡ଼ାଏଲିସିସ ମେସିନ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ନେଇ ଆଜି ତାର ଅନ୍ତ ଘଟିଛି। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବନିର୍ମିତ ଡ଼ାଏଲିସିସ ସେଣ୍ଟର ଆଜି ଲୋକାପ୍ରିତ ହେଇ ଯାଇଛି। ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସାଧନା ଦାଶ ସେଣ୍ଟରକୁ ଲୋକାର୍ପିତ କରିଥଲେ। ଦୀର୍ଘ ଦିନ ହେବ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରିଲେ ଅନଶନ ଓ ଧାରଣା ଦିଆଯାଇଥିଲା ଏହି ଡ଼ାଏଲିସିସ ସେଣ୍ଟର ସ୍ଥାପନା କୁ ନେଇ। ଆଜି ଏହା କାର୍ଯ୍ୟକ୍ଷମ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇ ମିଷ୍ଟାନ୍ନ ବଣ୍ଟନ ମଧ୍ୟ କରାଯାଇଥିଲା। ଏହି ଉତ୍ସବରେ ବିଜେପି ଯୁବମୋର୍ଚ୍ଚା ର ସୁଧୀର କୁମାର ବ୍ରହ୍ମା, ବରିଷ୍ଟ ନାଗରିକ ବିଷ୍ଣୁପ୍ରିୟା ଦ୍ବିବେଦୀ, ବିନୋଦ ବିହାରୀ ଶର୍ମା, ସଚ୍ଚିଦାନନ୍ଦ ପାଢ଼ୀ, ରାଜୀବ ଲୋଚନ ମିଶ୍ର, ଇନ୍ଦୁଭୂଷଣ ଗୁରୁ, ଗିରିଶ ଚନ୍ଦ୍ର ନାୟକ, ଡାଳିମ୍ବ ଟାଲି, ମିତ୍ରଭାନୁ ମହାପାତ୍ର, ହୃଷୀକେଶ ଡଗରା, ପଦ୍ମାବତୀ ପାଣି ପ୍ରମୁଖ ଉପସ୍ଥିତ ରହି ଦେବଗଡ଼ ଜନସାଧାରଣ ଙ୍କ ପାଇଁ ଲୋକାର୍ପିତ ହେଲା।
ଏହି ଉତ୍ସବରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଉମେଶ ଷଢଙ୍ଗି, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ସାହୁ, ଡ଼ାଏଲିସିସ ସେଣ୍ଟର ମ୍ୟାନେଜର ଗୌରୀ ଶଙ୍କର ବାରିକ ଓ ଡ଼ାଏଲିସିସ ଡାକ୍ତର ଡ. ଧିରେନ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଦୁଇ ଜଣ ରୋଗୀ ଯଥା ପଦ୍ମନାଭ ଧିର ଓ ପଲଉ ପ୍ରଧାନଙ୍କ ଚିକିତ୍ସା କରାଯାଇଥିଲା।

Leave A Reply

Your email address will not be published.