ସେଲର ଲାଭାର୍ଜ୍ଜନରେ ବିପୁଳ ବୃଦ୍ଧି, ପ୍ରଥମ ତ୍ରୟୋମାସରେ ୫୪୦.୪୩ କୋଟି ଟଙ୍କାର ଲାଭ 

0

ପ୍ରତି ଟନ ବିକ୍ରୀରେ ୮୨୦୦ ଟଙ୍କାରୁ EBITDA ହାସଲ 

04-08-18-sail.jpg - 27.40 kB

ମହାରତ୍ନ କମ୍ପାନୀ, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ,ସେଲ ୨୦୧୮-୧୯ ଆର୍ଥିକ ବର୍ଷର ଅପ୍ରେଲରୁ ଜୁନ ପ୍ରଥମ ତ୍ରୟୋମାସରେ ୫୪୦.୪୩ କୋଟି ଟଙ୍କାର କର ପରବର୍ତ୍ତୀ ଲାଭ (PAT) ଅର୍ଜ୍ଜନ କରିଛି । ପ୍ରଥମ ତ୍ରୟୋମାସରେ ସେଲର ସମୁଦାୟ କାରବାର କ୍ଷେତ୍ରରେ ଅନୁରୂପ ପୂର୍ବବର୍ଷ ତୁଳନାରେ ୨୨.୪୨% ଅଭିବୃଦ୍ଧି ଘଟି ୧୫୭୪୩.୨୧ କୋଟି ଟଙ୍କା ହାସଲ ହୋଇଛି । ସେଲ ପ୍ରଥମ ତ୍ରୟୋମାସରେ ୨୬୮୫.୪୬ କୋଟି ଟଙ୍କାର ସୁଧ,କର, ମୂଲ୍ୟହ୍ରାସ ଏବଂ ପରିଶୋଧନ ପୂର୍ବ ଆୟ (EBITDA) ହାସଲ କରିଛି ଯାହା ଅନୁରୂପ ପୂର୍ବ ବର୍ଷ ଅବଧିରେ ୨୨.୭୧ କୋଟି ଟଙ୍କା ରହିଥିଲା। ସାମଗ୍ରିକ ପ୍ରଦର୍ଶନରେ ତ୍ୱରାନ୍ୱିତ ଉତ୍କୃଷ୍ଟ ଫଳାଫଳ କମ୍ପାନୀ ସାମୁଦାୟିକଙ୍କ ସମ୍ମିଳିତ ପ୍ରୟାସକୁ ଦର୍ଶାଉଛି ।

ସେଲ ଏହାର କ୍ଷମତାରେ ବୃଦ୍ଧି ଏବଂ କାର୍ଯ୍ୟନିପୁଣତା ଓ ବୈଷୟିକ ଆର୍ଥିକ ପରିମାପକତାରେ ଅଧିକ ଉନ୍ନତି ନିମନ୍ତେ ନିରବଚ୍ଛିନ୍ନ ପ୍ରୟାସ ଜରିଆରେ ଏହାର ସମସ୍ତ ପରିଚାଳନାରେ ବ୍ୟାପକ ଉନ୍ନତି ଆଣୁଛି। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସରେ କମ୍ପାନୀର ସମୁଦାୟ ବିକ୍ରୀ ଯୋଗ୍ୟ ଇସ୍ପାତ ଉତ୍ପାଦନର ପରିମାଣ ୩.୬୧ ନିୟୁତ ଟନ ରହିଥିଲା ଯାହା ଅନୁରୂପ ପୂର୍ବ ବର୍ଷ ତୁଳନାରେ ୧୩% ଅଧିକ ଅଟେ। ଆଲୋଚ୍ୟ ତ୍ରୟୋମାସରେ କମ୍ପାନୀର ସମୁଦାୟ ବିକ୍ରୀ ପରିମାଣ ୩.୨୭୧ ନିୟୁତ ଟନ ରହିଛି ଏବଂ ଅନୁରୂପ ପୂର୍ବ ବର୍ଷ ତୁଳନାରେ ଏହି କ୍ଷେତ୍ରରେ କମ୍ପାନୀ ୮% ଅଭିବୃଦ୍ଧି ହାସଲ କରିଛି। ଏଥିସହିତ ଟନ ପିଛା ବିକ୍ରୀରେ ୮୨୧୧ ଟଙ୍କାର EBITDA ହାସଲ, କମ୍ପାନୀର ସମସ୍ତ ପ୍ରକ୍ରିୟାର ସୁଦୃଢ ପରିଚାଳନାର ଏକ ପ୍ରତିଫଳନ ଅଟେ। କମ୍ପାନୀ ବୈଷୟିକ ଆର୍ଥିକ ପରିମାପକତା କ୍ଷେତ୍ରରେ ମଧ୍ୟ ଅଧିକ ଉନ୍ନତି ହାସଲ କରିଛି। ଏହିକ୍ରମରେ କୋକ ହାରରେ ୩%, ବ୍ଳାଷ୍ଟ ଫର୍ଣ୍ଣେସ ଉତ୍ପାଦକତାରେ ୨% ଏବଂ ଆପେକ୍ଷିକ ଶକ୍ତି ଉପଯୋଗ କ୍ଷେତ୍ରରେ ୩% ଉନ୍ନତି ହାସଲ ହୋଇଛି। 

ଏହି ଅବସରରେ ନିଜର ବକ୍ତବ୍ୟରେ ସେଲ ଅଧ୍ୟକ୍ଷ ସରସ୍ଵତୀ ପ୍ରସାଦ କହିଥିଲେ ଯେ, ବିଗତ କିଛି ତ୍ରୟୋମାସ ଧରି କମ୍ପାନୀର ପରିଚାଳନ ପ୍ରଦର୍ଶନରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ଏହି ଉନ୍ନତ ପ୍ରଦର୍ଶନର ଧାରା ଜାରି ରହିବ । ସେଲ ବିବିଧ ନୂତନ ପ୍ରୟାସ ଗ୍ରହଣ କରିଛି ଯାହା କମ୍ପାନୀର ସ୍ଥିତି ଓ ଆର୍ଥିକ ପ୍ରଦର୍ଶନରେ ଉନ୍ନତି ଆଣିବାରେ ସହାୟକ ହେବ। 

Leave A Reply

Your email address will not be published.