ଭୁବନେଶ୍ବର : ଯାଜପୁର ଜିଲ୍ଲା ଅଳଙ୍ଗ ଗ୍ରାମର ୨ଜଣ ଲୋକ ଯଥାକ୍ରମେ ଶେଖ୍ ଜଲାଲୁଦ୍ଦିନ, ଶେଖ୍ ସଲ୍ମାନ, ଶେଖ୍ ଇମ୍ରାନ ଓ ଯମଧରପୁରର ୩ ଜଣ ଲୋକ ଶେଖ୍ ଅବଦୁଲ ଖଲିଦ, ଶେଖ୍ ନୌସାଦ ଅଲି, କାମ କରିବା ପାଇଁ ସୁଦୂର ସାଉଦି ଆରବିଆ ଦେଶସ୍ଥିତ ଶର୍ଫତ ଆଲହିନ୍ଦ ଇଣ୍ଡିଆନ ରେଷ୍ଟୁରାଣ୍ଟକୁ ଯାଇଥିଲେ । ହୋଟେଲର ମାଲିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କୁ ଯେତିକି ଦରମା ଦେବାପାଇଁ କହିଥିଲେ ତାହାଠୁ ଖୁବ୍ କମ୍ ଦରମା ଦେଉଥିଲେ ଏବଂ ଜୋର କରି ସେମାନଙ୍କଠୁ ପେମେଣ୍ଟ ଭାଉଚରରେ ଦସ୍ତଖତ ନେଉଥିଲେ । ପ୍ରତ୍ୟକ ଦିନ ୨୦ଘଣ୍ଟା ସେମାନଙ୍କୁ ହୋଟେଲରେ ଖଟାଉଥିଲେ ଏବଂ ଅସହ୍ୟ ଅତ୍ୟାଚାର କରୁଥିଲେ । ଆର୍ଥିକ ସମସ୍ୟା ହେତୁ ସେମାନେ ଅତ୍ୟନ୍ତ ଚାପଗ୍ରସ୍ତ ଥିଲେ । ହୋଟେଲ ମାଲିକ ମିଥ୍ୟା ଅଭିଯୋଗ ମଧ୍ୟ ଦାୟର କରିଥିଲେ । ସେମାନଙ୍କ ପାସପୋର୍ଟ ଇତ୍ୟାଦି ଛଡାଇ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କୌଣସିପ୍ରକାରେ କମ୍ପାନୀର ହେପାଜତରୁ ରକ୍ଷାପାଇ,ତାଙ୍କୁ ଓ ସହକର୍ମୀଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ଗୁହାରି କରିଥିଲେ ।
ଏ ସମ୍ପର୍କରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ ଏବଂ ଓଡ଼ିଶା ମୋ ପରିବାର ସଙ୍ଗେସଙ୍ଗେ ଏହି ବିଷୟକୁ ବିଚାରକୁ ନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲା । ବାହାରିନର ଓଡିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା ମୋ ପରିବାରର ନିଯୁକ୍ତ ସ୍ପକ ସଦସ୍ୟ ଡଃ ଅରୁଣ କୁମାର ପ୍ରହରାଜ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍. ଜୟଶଙ୍କର ଏବଂ ବୈଦେଶିକ ମନ୍ତ୍ରାଳୟ ସହ ସମନ୍ଵୟ ରକ୍ଷା କରି ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ଶ୍ରୀ ପ୍ରହରାଜ ଏବଂ ଓଡ଼ିଶା ମୋ ପରିବାର ସେମାନଙ୍କୁ ଆଣିବା ପାଇଁ ଗତ ନଭେମ୍ବର ମାସରୁ ନିରନ୍ତର ପ୍ରୟାସ ଜାରି ରଖିଥିଲେ ଓ ଭାରତର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଡଃ ସସ୍ମିତ ପାତ୍ରଙ୍କର ଏହି ପ୍ରୟାସରେ ଉଲ୍ଲେଖନୀୟ ଅବଦାନ ଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post