ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୧୧୫ତମ ଜୟନ୍ତୀ ପାଳିତ

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଆ ସାହିତ୍ୟ ଜଗତର ପ୍ରଥିତଯଶା ସାହିତ୍ୟିକ,କାଳଜୟୀ ସ୍ରଷ୍ଟା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୧୧୫ ତମ ଜନ୍ମ ବାର୍ଷିକୀ ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସୁପର୍ନୋ ଶତପଥୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭାରେ  ବହୁ ବିଶିଷ୍ଟ ବ୍ୟକ୍ତି ପ୍ରତ୍ୟକ୍ଷ ଏବଂ ଆଭାସୀ ମାଧ୍ୟମରେ ଉପସ୍ଥିତ ରହି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ପାଣିଗ୍ରାହୀଙ୍କ ଅମ୍ଳାନ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |
କୋଭିଡ ପ୍ରୋଟୋକଲ ଅନୁପାଳନ ପୂର୍ବକ ପାଳିତ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ତଥା ଭାରତ ସରକାରଙ୍କ “ଫ୍ରିଡମ ଷ୍ଟ୍ରଗଲ ମ୍ୟୁଜିଅମ”ର ମୁଖ୍ୟ ପ୍ର. କପିଲ କୁମାର ଆଭାସୀ ମାଧ୍ୟମରେ ଯୋଗଦେଇ ସ୍ୱତନ୍ତ୍ରତା ସଂଗ୍ରାମରେ ସ୍ବର୍ଗତ ଶ୍ରୀ ପାଣିଗ୍ରାହୀଙ୍କ ଭୂମିକା, ନେତାଜୀ ସୁଭାଷ ବୋଷବଙ୍କା ସହ ତାଙ୍କର ଘନିଷ୍ଠତା ସର୍ବୋପରି ସ୍ୱତନ୍ତ୍ରତା ସଂଗ୍ରାମରେ ଓଦିଆହର ଅବଦାନ ସମ୍ପର୍କିତ ଦିଗ ଉପରେ ସବିଶେଷ ତଥ୍ୟ ଉପସ୍ଥାପିତ କରିଥିଲେ |
ସୂଚନାଯୋଗ୍ୟ ଯେ ସ୍ବର୍ଗତ ପାଣିଗ୍ରାହୀ ଓଡ଼ିଶାରେ ଫରୱାର୍ଡ ବ୍ଲକର ପ୍ରତିଷ୍ଠାତା ସଦସ୍ୟ ରହିବା ସହ ସିପିଆଇର ପ୍ରତିଷ୍ଠାତା ଥିଲେ । ତାଙ୍କ କ୍ଷୁଦ୍ର ଜୀବନକାଳରେ ସେ କରିଯାଇଥିବା ସାରସ୍ୱତ ସର୍ଜ୍ଜନା ଶିକାର, ଜଙ୍ଗଲୀ, ମୃତ୍ୟର ଚେତନା, ବଂଚିତ, ସମୟାତୀତ ଆଦି ଏଯାବତ ଓଡ଼ିଆ ସାହିତ୍ୟର ଦୁର୍ମୂଲ୍ୟ ରତ୍ନ ଭାବେ ବିବେଚିତ ହୋଇଆସିଛି ।

Leave A Reply

Your email address will not be published.