ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟର ୧୯୭୪ ବ୍ୟାଚ ପୂର୍ବତନ ଛାତ୍ର ସଂସଦର ଗୁରୁ ଛାତ୍ର ବନ୍ଧୁ ମିଳନ

0

ଜଗତସିଂହପୁର / ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ଥିବା ସର୍ବପୁରାତନ ବାୟା ଅବଧୂତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୧୯୭୪ ବ୍ୟାଚ ମାଟ୍ରିକ ପୂରାତନ ଛାତ୍ର ସଂସଦର ସ୍ଥାନୀୟ କୁଟିର ମଠ ପରିସରରେ ପୂରାତନ ଛାତ୍ର ରମେଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ରରେ ଗୁରୁଛାତ୍ର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୁରେନ୍ଦ୍ର ନାଥ ମିଶ୍ର ଯୋଗଦେଇ ଛାତ୍ର ସଂସଦର ଗୁରୁଛାତ୍ର ବନ୍ଧୁ ମିଳନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦ ପକ୍ଷରୁ ଦିବଂଗତ ଶିକ୍ଷକ ନିମାଇଁ ଚରଣ ରାଉତରାୟ, ଭୋଳିନାଥ ସାହୁ, ଛାତ୍ର ଅଭୟ କୁମାର ସାହୁ, ପ୍ରମୋଦ ସାହୁ, କାଳନ୍ଦୀ ଚରଣ ସାହୁ, ପୁରୁଷୋମ ବାରିକ ପ୍ରମୁଖଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରପ୍ରାର୍ଥନା କରିଥିଲେ । ଛାତ୍ର ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ ଶିକ୍ଷକ ପ୍ରଭାକର ମଲ୍ଲ, କୃଷ୍ଣ ଚନ୍ଦ୍ର ସ୍ବାଇଁ, ଗୋପିନାଥ ଦାଶ ପ୍ରମୁଖଙ୍କୁ ସଂକୀନ ଓ ପୂଜାର୍ଚ୍ଚନା କରି ସ୍ବାଗତ ଜଣାଇବା ସହିତ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ । ଉପରୋକ୍ତ ସମ୍ବନ୍ଧିତ ଶିକ୍ଷକମାନଙ୍କ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ସୁଶ୍ରୀ ସୋନାଲୀ ପ୍ରିୟଦର୍ଶିନୀ, ପ୍ରବୀଣା ସାମନ୍ତରାୟ, ସଲିଳାବାଳା ସାହୁ ପ୍ରମୁଖ ମାନପତ୍ର ପଠନ କରିଥିଲେ । ରମେଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ରରେ ଅନୁଷ୍ଠିତ ଉତ୍ସବରେ ପ୍ରଫୁଲ କୁମାର ବାରିକ, ଉମେଶ ଚନ୍ଦ୍ର ସାହୁ, ବାବାଜୀ ଚରଣ ଦାସ, ପ୍ରବୀଣା ସାମନ୍ତରାୟ, ସ୍ନେହଲତା ମିଶ୍ର, ମୋହନ ଚରଣ ଦାସ, ଦିବାକର ବାରିକ, ବିଜୟ ନାୟକ, କାଳନ୍ଦୀ ଶତପଥ, ରବିନ୍ଦ୍ର ମଲ୍ଲିକ, ପାର୍ବତୀ ବେହେରା, ସନ୍ଧ୍ୟାରଣୀ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ପୂରାତନ ଛାତ୍ର ସଂସଦର ସମସ୍ତଙ୍କ ଉପସ୍ଥିତିରେ ସର୍ବସମତିକ୍ରମେ ଆସନ୍ତା ବର୍ଷ ପାଇଁ କର୍ମକ ଚୟନ କରାଯାଇଥିଲା । ସଭାପତିଭାବେ ପ୍ରବୀଣା ସାମନ୍ତରାୟ, ସମ୍ପାଦକଭାବେ ସ୍ନେହଲତା ମିଶ୍ର, କୋଷାଧ୍ୟକ୍ଷ ବାବାଜୀ ଚରଣ ଦାସ, ସଂଯୋଜକ ବିଜୟ କୁମାର ନାୟକଙ୍କୁ ମନୋନୀତ କରାଯାଇଥିଲା । ଗିତିକାର ଉମେଶ ଚନ୍ଦ୍ର ସାହୁଙ୍କ ଗୀତ ରଚନାରେ ଗୁରୁ ଛାତ୍ର ବନ୍ଧୁ ମିଳନ ଉଦ୍ଦେଶ୍ୟରେ ଏକ ସଂଗୀତ “ଆଜି ଆସିଛିରେ ଶଉଭ ଲଗନ’ ପବିତ୍ର ଏ ପୀଠ ବାୟାନନ୍ଦ ମଠ” ଗାନ କରାଯାଇଥିଲା । ଏହି ଉତ୍ସବରେ ଉମେଶ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ବାବାଜୀ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.