ସୁନ୍ଦରଗଡ଼ – ଜାନୁଆରୀ ୨୭ ତାରିଖରୁ ୟୁଟ୍ୟୁବ କ୍ଲାସ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଘରେ ସ୍ମାର୍ଟ ଫୋନ ନଥିବା ଯୋଗୁଁ ଗୁରୁଣ୍ଡିଆ ବ୍ଲକ ଚାନ୍ଦିପୋଷ ପଞ୍ଚାୟତ ଅନ୍ତର୍ଗତ କୁମାକେଲା ଗ୍ରାମର ପିଲା ମାନଙ୍କ ପାଠପଢ଼ାକୁ ନେଇ ଦେଖାଦେଇଛି ସମସ୍ୟା | ତାଛଡା ଯେଉଁ କୁଡ଼ିଆରେ ଭାତ ଆଉ ଭତ୍ତା ପାଇଁ ନିତିଦିନିଆଁ ସଂଘର୍ଷ ଚାଲିଛି ସେ କୁଡ଼ିଆରେ ଥିବା ପିଲା ଯେ ପାଠପଢିବା ପାଇଁ ଦାମୀ ମୋବାଇଲ ପାଇବେ ତାହା ମଧ୍ୟ ଏକ ସ୍ବପ୍ନ ସଦୃଶ୍ୟ | ତେଣୁ ସ୍ମାର୍ଟ ଫୋନରୁ ବଞ୍ଚିତ ହୋଇଥିବା ପିଲା ମାନଙ୍କ ପାଠପଢ଼ାକୁ ଆଖିଆଗରେ ରଖି କୁମାକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚିନ୍ତାଶୀଳ ହୋଇଥିବା ବେଳେ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି | ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ 3 ଟି ଦଳରେ ବିଭକ୍ତ ହୋଇ ଘରକୁ ଘର ଯାଇ ସ୍ୱତନ୍ତ୍ର ମୋବାଇଲରୁ ବଞ୍ଚିତ ହୋଇଥିବା ପିଲାମାନଙ୍କୁ ଏକାଠି କରି ଶିକ୍ଷାଦାନ କରୁଛନ୍ତି | ଏହାଦ୍ଵାରା ମୋବାଇଲରୁ ବଞ୍ଚିତ ହୋଇଥିବା ପିଲା ମାନେ ମଧ୍ୟ ପାଠପଢ଼ାର ସୁଯୋଗ ପାଉଛନ୍ତି | ତାଛଡା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏଭଳି ଅଭିନବ ପ୍ରୟାସ ଦ୍ଵାରା ସ୍ଥାନୀୟ ଗ୍ରାମବାସୀ ମାନେ ଉତ୍ସାହିତ ହେଉଥିବା ବେଳେ ଏହାଦ୍ଵାରା ଉଭୟ ଅବିଭାବକ ଓ ଛାତ୍ରଛାତ୍ରୀଙ୍କ ନିରାଶା ମନରେ ଅଶାର ଆଲୋକ ଉଦ୍ରେକ ହୋଇଛି | ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ନିର୍ଦେଶ ଆସିଲା ପରେ କୁମାକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମିଶ୍ର, ସହକାରୀ ଶିକ୍ଷୟିତ୍ରୀ ସବିତା ପ୍ରଧାନ, ଭଗବତୀ ବାରିକ ପ୍ରମୁଖ ସାହି ସାହିକୁ ଯାଇ ମୋବାଇଲରୁ ବଞ୍ଚିତ ହୋଇଥିବା ପିଲାମାନଙ୍କୁ ଏକାଠି କରି ଶିକ୍ଷାଦାନ କରୁଛନ୍ତି | ତାସହିତ ଅଭିଭାବକ ମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ୟୁଟ୍ୟୁବ କ୍ଲାସର ଆବଶ୍ୟକତା ଓ ଉପାଦେୟତା ସମ୍ୱନ୍ଧରେ ମଧ୍ୟ ସଚେତନ କରୁଛନ୍ତି |
Sign in
Sign in
Recover your password.
A password will be e-mailed to you.