ଓଡିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ରାଜ୍ୟ ତଥା ଦେଶର ନିିରାପତ୍ତା ପ୍ରତି ବିପଦ : ଡ ଶର୍ମା

0

ତୁରନ୍ତ ଏନଆରସି ପ୍ରଚଳନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଭାରତ ରକ୍ଷାମଞ୍ଚ

04-08-18-murali.jpg - 48.39 kB

ଭୁବନେଶ୍ୱର(ଶାପ୍ରବ୍ୟୁ)  : ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ ସଂଖ୍ୟା କିଛି କମ୍ ନାହିଁ  । ସେମାନଙ୍କ ଦୌରାତ୍ମ୍ୟ ବି କି କିଛି କମ ନୁହେଁ  । ରାହାଜାନୀ, ଲୁଟ, ପାାକେଟମାର, ଚୋରୀ ଆଦି ବିଭିନ୍ନ ଅରାଧରେ ସମ୍ପୃକ୍ତ  । ଏପରିକି ଓଡିଶାରେ ବସବାସ କରୁଥିବା କିଛି ବାଂଲାଦେଶୀଙ୍କର  ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବାର ସୂଚନା ରହିଛି  । ସେମାନଙ୍କ ଉପସ୍ଥିତ ଆମ ରାଜ୍ୟ ପାାଇଁ ବିପଦ  । ହେଲେ ଭୋଟବ୍ୟାଙ୍କ ରାଜନୀତି ପାଇଁ ସେମାନେ ଏବେ ପାଲଟିଛନ୍ତି ରାଜନେତାଙ୍କ କୋଡାପୋଛା  ।  ଓଢିଶାର ମୂଳ ଲୋକଟିଏ ଭୋଟର କାର୍ଡ, ଆଧାର ବା ରାସନକାଡ, ବା ବିପିଏଲ କାର୍ଡ ଓ ତଦ୍ଜନିତ ସୁବିଧାସୁଯୋଗେ ପାଇବା କଷ୍ଟକର ହୋଇପଡିଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶକାରୀ ଓଡିଶା ଭିତରେ ପଶିବାର ମାତ୍ର ଦିନ କେଇଟା ଭିତରେ ହୋଇଯାଉଛି ଓଡିଶାର ବାସିନ୍ଦା  । ଓଡିଶାର ବିଭିନ୍ନ ସ୍ଥାନରେ ସେମାନେ ସୃ୍େଟି କଲେଣି ମିନି ବାଂଲାଦେଶର ଭ୍ରମ  । ହେଲେ ଦେଶର ସାର୍ବଭୋ÷ମତ୍ୱ ପ୍ରତି ଏମାନେ ବିବଦ ବୋଲି ଅଭିଯୋଗ କରିଛନ୍ତି ଲଗାାତର ଭାବେ ବାଂଲାଦେଶୀ ପ୍ରସଙ୍ଗ ଉଛପେୀ ସରକାରଙ୍କୁ ଚେତେଇ ଦେଇ ଆସୁଥିବା ଭାରତ ରକ୍ଷାମଞ୍ଚର ଜାତୀୟ ସଂଯୋଜକ, ଡ଼ଃ ମୁରଲୀ ମନୋହର ଶର୍ମା  । ଆଜି ଏଠାରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଡ ଶର୍ମା କହିଛନ୍ତି ଯେ, ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ କାର୍ଯ୍ୟକାରୀ କରାଯିବା ସ୍ୱାଗତଯୋଗ୍ୟ ଓ ଦେଶର ସାର୍ବାଭୌମତ୍ୱ ସୁରକ୍ଷିତ ରଖିବା ଦିଗରେ ଏକ ବଳିଷ୍ଠ  ତଥା ସମୟୋଚିତ ପଦକ୍ଷେପ  । କେବଳ ଆସାମ ନୁହେଁ, ଓଡିଶାରେ ବି ବାଂଲାଦେଶୀ ସମସ୍ୟା ଉତ୍କଟ  ରୂପ ଧାରଣ କରୁଥିବା ବେଳେ ଓଡିଶାରେ ମଧ୍ୟ ଯଥାଶୀଘ୍ର ଏନଆରସି ପ୍ରବର୍ତ୍ତନ କରିବାପାଇଁ ଅନୁରୋଧ କରି ଭାରତ ରକ୍ଷା ମଞ୍ଚ  ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତ୍ର ଲେଖାଯାଇଛି ବୋଲି ଡ ଶର୍ମା କହିଛନ୍ତି  ।

ସେ କହିଛନ୍ତି ଆମ ରାଜ୍ୟର ସୁଦୀର୍ଘ ତଟବର୍ତ୍ତୀ ଅଞ୍ଚଳର ଫାଇଦା ନେଇ ବେଆଇନ୍ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ବିପୁଳ ସଂଖ୍ୟାରେ ପଶିଆସୁଥିବାରୁ ତଥା ଆସାମରେ ନାଗରିକତ୍ୱରୁ ସଦ୍ୟ ବାଦ୍ ପଡ଼ିଥିବା ଲୋକେ ଓଡ଼ିଶାକୁ ପ୍ରବେଶ କରିବାର ଆଶଂକା ଥିବାରୁ ଏ ଦିଗରେ ଆମେ ଯଥେଷ୍ଟ ସତର୍କ ହେବା ବିଧେୟ ବୋଲି କହିଥିଲେ  । ମଣିପୁର, ଅରୁଣାଚଳପ୍ରଦେଶ, ୟୁପି, ତ୍ରିପୁରା  ତଥା ମେଘାଳୟ ଇତ୍ୟାଦି ରାଜ୍ୟମାନେ ଆଜିଠାରୁ ସତର୍କତା ଅବଲମ୍ବନ କଲେଣି  । ଅନେକ ବର୍ଷ ଧରି ଧାରାବାହିକ ଭାବେ ଆମ ରାଜ୍ୟକୁ ବିଶେଷତଃ ଉପକୁଳବର୍ତ୍ତୀ ଅଞ୍ଚଳକୁ ବେଆଇନ୍ ଅନୁପ୍ରବେଶ ଲାଗିରହିବା ଓ ରାଜ୍ୟରେ ଛତୁ ଫୁଟିଲା ଭଳି ମଦ୍ରାସା, ମସଜିଦ୍ ଇତ୍ୟାଦି ଗଢ଼ିଉଠି ଦେଶ ବିରୋଧି କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଏବଂ ସରକାର ଏଭଳି ସଂଗୀନ୍ ଘଟଣା ପ୍ରତି ଉଦାସୀନ ରହିବାକୁ ନେଇ ଡ ଶର୍ମା କ୍ଷୋଭ ବ୍ୟକ୍ତ କରିଥିଲେ  । ମଞ୍ଚର ଜାତୀୟ ସଂପାଦକ ଅନୀଲ ଧିର ମଧ୍ୟ ବାଂଲାଦେଶୀ ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଭାରତ ରକ୍ଷାମଞ୍ଚର ଅନୁରୋଧ ଉପରେ ସୁଚବିଚାର କରିବେ ବୋଲି ଆଶା ବକ୍ତ କରିଛନ୍ତି  ।  ଡ ଶର୍ମା ଓ ଶ୍ରୀ ଧୀର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ୧୦ଗୋଟି ପଦକ୍ଷେପ ନେବାକୁ ମଞ୍ଚ ରାଜ୍ୟ ସରକାରଙ୍କଠାରେ ଦାବି କରିଛି  । ଯଥା ଭାରତୀୟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଅନୁରୋଧ କରି ଓଡ଼ିଶାରେ ଏନଆରସି ପ୍ରକ୍ରିୟା ଆରମ୍ଭ କରିବା, କୌଣସି କାମ ନକରି ବସି ରହିଥିବା ସମୁଦ୍ର ତଟବର୍ତ୍ତୀ ଥାନା ଗୁଡ଼ିକୁ ସକ୍ରିୟ  କରିବା, ଜଳପଥ ଦେଇ ଅନୁପ୍ରବେଶକାରୀ ଆସୁଥିବାରୁ ସମୁଦ୍ରକୁ ଯାଉଥିବା ସବୁ ମତ୍ସ୍ୟଜୀବୀଙ୍କୁ ବାୟୋମେଟି୍ରକ୍ କାଡର଼୍ ଇସ୍ୟୁ  କରିବା, ଗତ ଦଶବର୍ଷ ମଧ୍ୟରେ ଓଡ଼ିଶାରେ ଗଢ଼ି ଉଠିଥିବା ମଦ୍ରାସା ସମୂହର ତାଲିକା କରି ତା’ ଉପରେ ତୀକ୍ଷ୍ଣ ନଜର ରଖିବା, ଅନୁପ୍ରବେଶକାରୀଙ୍କ ବସ୍ତି ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ  ଦେବା, ଉପକୂଳବର୍ତ୍ତୀ ଅଞ୍ଚଳରେ ତିଆରି ହେଉଥିବା ଘରୋଇ ରେଡ଼ିଓ ଷ୍ଟେସନ୍ ଉପରେ ନଜର ରଖିବା, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟାନୁଯାୟୀ ୨୦୧୫ରେ ରାଜ୍ୟରେ ଥିବା ମୋଟ୍ ୩୯୮୭ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ବିତାଡ଼ିତ କରିବା, ଓଡ଼ିଶା ସୀମାରେ ନଜର ରଖି ପଶ୍ଚିମବଙ୍ଗ ସରକାର ଇସୁ୍ୟ କରିଥିବା ଆଧାର କାଡର଼୍, ଭୋଟର ପରିଚୟପତ୍ର, ରାସନ୍ କାଡର଼୍ ଇତ୍ୟାଦିର ପୁଙ୍ଖାନୁପୁଙ୍ଖ ଛାନଭିନ୍ କରିବା, ପାସ୍ପୋର୍ଟ ସେବା କେନ୍ଦ୍ର ଗୁଡ଼ିକ ଏଭଳି ଲୋକଙ୍କ ଆବେଦନ ପ୍ରତି ଯଥେଷ୍ଟ ସତର୍କ ରହିବା, ସୀମାନ୍ତବର୍ତ୍ତୀ ଇଲାକାରେ କାମ କରିଥିବା ଅର୍ଦ୍ଧ ସାମରିକ ଷ୍ଟାଫଙ୍କୁ ନେଇ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସ୍ପେସାଲ ଟାସ୍କ ଫୋର୍ସ ଗଠନ ହେବା, ଘରୋଇ ସିକୁରିଟି  ଏଜେନ୍ସୀ ଗୁଡ଼ିକ ଉପରେ ବ୍ୟାପକ ନଜର ରଖିବା ତଥା ଅନୁପ୍ରବେଶକାରୀଙ୍କ ଖବର ତୁରନ୍ତ ପୁଲିସକୁ ଦେବା ପାଇଁ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ଭାରତ ରକ୍ଷା ମଞ୍ଚ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ ଜୋର ଦେଇଥିବା କଥା ଜଣାପଡ଼ିଛି  ।

Leave A Reply

Your email address will not be published.