କଲ୍ୟାଣସିଂହପୁର- ପ୍ରଦୀପ ଦଲାଇ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁନାଖଣ୍ଡି ପଞ୍ଚାୟତ ରେ ମୋଟ ଭଟର ସଂଖ୍ୟା ୪୨୫୦ ଥିବା ବେଳେ ଆଜି ସମିତି ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପଞ୍ଚାୟତ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି ।ଉକ୍ତ ପଞ୍ଚାୟତରେ ବିଜେଡି ସମର୍ଥକ ସମିତି ସଭ୍ୟ ଭାବରେ ରଘୁନାଥ କୁଲେସିକା ଙ୍କ ପୁଅ ସମ୍ବରୁ କୁଲେସିକା ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଅନ୍ୟ ପଟେ ବହୁଜନ ସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ଭାବେ ସଞ୍ଜୟ ହୁଇକା ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଚଳିତ ମାସ ୨୫ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ନିୟମ ରହିଥିଲା ।ସେହିଦିନ ବହୁଜନ ସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବାରୁ ଅନ୍ୟ ବିଜେଡି ସମର୍ଥକ ସମ୍ବରୁ ଙ୍କୁ ନିର୍ବାଚନ ଅଧିକାରୀ ସୁଧାକର ରଇତ ବିଜୟ ଘୋଷଣ କରିଛନ୍ତି । ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସମିତି ସଭ୍ୟ କୁ ନେଇ କଲ୍ୟାସିଂହପୁର ବ୍ଲକ ରେ ପ୍ରଥମ ଶୁଭ ଆରମ୍ଭ ବୋଲି ବିଜେଡି ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.