ସତ୍ୟାଗ୍ରହର ପଂଚମ ଦିନରେ କୋସଲିକୁ ରାଜ୍ୟଭାଷା ଦାବୀ 

0

04-08-18-satyagraha.jpg - 82.19 kB

ବରଗଡ଼/ନୀଳ ଦୀପ : ବୁରୋମୁଣ୍ଡା ଠାରେ କୋସଲି/ସମ୍ବଲପୁରିର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ସତ୍ୟାଗ୍ରହ ପଂଚମ ଦିନରେ ପଂହଚିଛି । ସରକାର ଯଦି ଓଡିଶାକୁ ବିଭାଜନ କରିବାକୁ ଚାହୁଁ ନାହାନ୍ତି ତେବେ କୋସଲିକୁ ଓଡିଶାର ରାଜ୍ୟଭାଷା ମାନ୍ୟତା ଦେବାପାଇଁ ଦାବୀ ହୋଇଥିଲା । ସତ୍ୟାଗ୍ରହକୁ ସମର୍ଥନ କରିବା ପାଇଁ ଆଜି ହାସ୍ୟ କବି ଦେବେନ୍ଦ୍ର ସାହୁ, ଅଧିକାରୀ ସା, ନବୀନ ବାଗ, ରାଜେଶ କାରିଆ, ପ୍ରସନ୍ନ ସାହୁ, ଯଦୁମଣି ସାହୁ, ଅଶୀତିପର କଲାକାର ଧବଲେଶ୍ୱର ମହଲା, କେଦାରନାଥ ସାହୁ, ଆଭାରାଣୀ ସାହୁ, ସତ୍ୟ ସାହୁ, ଗଜପତି ସାହୁ ପ୍ରମୁଖ ଯୋଗଦେଇ ଥିଲେ ।

Leave A Reply

Your email address will not be published.