ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଯୁବ ସାମ୍ବାଦିକ

0

ପଦ୍ମପୁର : ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୁଦେରପାଲି ଗ୍ରାମ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସମର୍ଥନରେ ଯୁବ ସାମ୍ବାଦିକ ରିଙ୍କୁ ଦେବତା ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି | କୋଭିଡ ଗାଇଡ଼ଲାଇନ କୁ ମାନି ବିଧିବଦ୍ଧ ଭାବରେ ଦୁଇ ଜଣ ସମର୍ଥକ ରାଜକିଶୋର ବିଶ୍ବଲ ଏବଂ ଶଶିକାନ୍ତ ମହାକୁରଙ୍କୁ ସାଙ୍ଗରେ ନେଇ ଗାଇସିଲେଟ ବ୍ଳକ କାର୍ଯ୍ୟାଳୟ ରେ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନିର୍ବାଚିତ ହେଲା ପରେ ତାଙ୍କର ପ୍ରଥମ ଲକ୍ଷ ଗୁଦେରପାଲି ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଏବଂ ଜନସାଧାରଣଙ୍କ ସେବା , ଲୋକଙ୍କ ଦୁଃଖ ସୁଖରେ ସାମିଲହେବା ଏବଂ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବେ ବୋଲି ସେ କହିଛନ୍ତି |

Leave A Reply

Your email address will not be published.