କରୋନା କାରଣରୁ ସ୍ଥଗିତ ହେଲା ପୋଡ଼ାଗଡ଼ ମଣ୍ଡେଇ

0

ଉମରକୋଟ-/ଜିତେନ୍ଦ୍ର ମହାନ୍ତି: ସ୍ଥଗିତ ରଖାଗଲା ପୋଡ଼ାଗଡ଼ ମଣ୍ଡେଇ। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଐତିହାସିକ ପୋଡ଼ାଗଡ଼ ପୀଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ମଣ୍ଡେଇ ପର୍ବ ପାଇଁ କୃଷ୍ଣ ପୂଜାରୀଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୯୩ଟି ମୌଜାର ସମସ୍ତ ପୂଜକ, ମାଝୀ, ନାୟକ ଓ ପାଇକଙ୍କ ଉପସ୍ଥିତିରେ ପୋଡ଼ାଗଡ଼ ସେବାୟତ ଚାରିଟେବଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। ବୈଠକରେ କରୋନା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସରକାରଙ୍କ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ପୋଡାଗଡ଼ ପୀଠର ମଣ୍ଡେଇ ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ବିନା ଭକ୍ତରେ ପୂଜା ହେବା ସହ ଫେବୃଆରୀ ୧୪ ତାରିଖ ସୋମବାର ଦିନ ହେବାକୁ ଥିବା ଭୈରବ, ଚାଉଁରିଆ, ଧଅଁଡ଼ାବୀର ଓ ବୀରନାରାୟଣ ଠାକୁରଙ୍କ ଅଳଙ୍କାର ବେଶ ଏବଂ ଗୁପ୍ତ ପୂଜାରେ ମଧ୍ୟ କୌଣସି ଭକ୍ତ ଉପସ୍ଥିତ ହେବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା, ଦେବିସିଂ ମାଝୀ, ଭରମଦାସ ବିଶୋଇ, ଦଶରୁ ନାୟକ, ଇଶ୍ଵର ମାଝୀ, ସୁକମନ ପୂଜାରୀ, ଗଦା ଶିରା, ଜୟଦେବ ଶିରା, ରଘୁ ଶିରା, ବିଞ୍ଝାଲ ଶିରା ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.