ଓଡ଼ିଶା ରାଜ୍ୟ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଓଡ଼ିଶା ରାଜ୍ୟ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବି୍ରିଟ୍ କଲ୍ୟାଣ ମଣ୍ଡପ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର କାର୍ଯ୍ୟରତ ଅମଲାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ରାଜ୍ୟ ସମ୍ପାଦକ ନରେଶ କୁମାର ମହାପାତ୍ର, କାର୍ଯ୍ୟକାରିଣୀ କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, ରାଜ୍ୟ ଶାଖା ସାଗଠନିକ ସମ୍ପାଦକ ରମାକାନ୍ତ ସାହୁ ପ୍ରମୁଖ ଏଥିରେ ଯୋଗଦେଇ ଅମଲାଙ୍କ ଦାବି ପୂରଣ ନେଇ ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ବିଭିନ୍ନ ଦାବି ନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ହେଉଥିଲେ ବି ନିଷ୍ପତି କାର୍ଯ୍ୟକାରୀ କ୍ଷେତ୍ରରେ ଅହେତୁକ ବିଳମ୍ବ ଅନ୍ୟଏକ ଆନ୍ଦୋଳନକୁ ଆମନ୍ତ୍ରଣ କରୁଛି ବୋଲି ସେମାନେ କହିଥିଲେ । ଅନ୍ୟାନ୍ୟ ବିଭାଗ କର୍ମଚାରୀଙ୍କ ଭଳି ଅମଲାମାନଙ୍କୁ ଶତ ପ୍ରତିଶତ ଦରମା ପ୍ରଦାନ, ଗ୍ରେଡ୍ ପେ’ ୪,୨୦୦ ଟଙ୍କା ଓ ୯,୩୦୦ ଟଙ୍କା ପ୍ରଦାନ କରିବା ଆଦି ବିଭିନ୍ନ ଦାବି ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ଦାବି ପୂରଣ ନେଇ ଆସନ୍ତା ୧୧ ତାରିଖରେ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକର ନିଷ୍ପତି ଅନୁସାରେ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟମରେ ସଂଗଠନର ଭଦ୍ରକ ଶାଖା ସମ୍ପାଦକ ତପନ କୁମାର ପତି, ବାଲେଶ୍ୱର ଶାଖା ସଭାପତି ପୀତବାସ ଦାସ, ଉପସଭାପତି ବିନୀତା କିସ୍କୁ, କାର୍ଯ୍ୟକାରୀ ସଭାପତି ରୂପକ କୁମାର ଦାସ,ସମ୍ପାଦକ ସ୍ୱସ୍ତିକ ଦାସ, ପ୍ରବୀଣ କୁମାର ମାଝୀଙ୍କ ସମେତ ମନୋଜ କୁମାର ମିଶ୍ର, ପାର୍ଥସାରଥୀ ଅଗସ୍ତି ପ୍ରମୁଖ କର୍ମକର୍ତ୍ତାମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।